Odia news portal

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ (ୟୁନିଟ୍‌-୯)ରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

• ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ middle class ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି
• ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, middle class ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ
• ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ ହାର କମ୍‌ ରହିବ, ଏହା ମଧ୍ୟ କେଉଁଠି ନାହିଁ
• Education loanରେ ମଧ୍ୟ ସୁଧ ହାର କମ୍‌ ରହିବ
• ସମସ୍ତ public transportରେ middle class ମାନଙ୍କ ପାଇଁ ରହାତି ଦର ରହିବ
• ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି
• Middle class ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି
• ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌ ଛାଡ ହେବ, ବସ୍ତିବାସିନ୍ଦାଙ୍କ ପାଖକୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ
• Middle class, ଗରିବ, ଚାଷୀ, ଯୁବପୀଢିଙ୍କ ସାଥି ଆମ ମୁଖ୍ୟମନ୍ତ୍ରୀ – ସମସ୍ତଙ୍କୁ ଏକାଠି ନେଇ ନୂଆ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ
• ବିଜେପି ୨୦୧୪ରେ କହିଥିଲା କ୍ଷମତାକୁ ଆସିଲେ ଡାଲି, ଖାଇବା ତେଲ, ପେଟ୍ରୋଲ ଡିଜେଲ ଦର କମାଇବେ, କିଛି କମିଲା କି?
• ରାଜଧାନୀର ସାଂସଦଙ୍କ କର୍ତ୍ତବ୍ୟ କଣ?
• ବଡ ବଡ project ଆଣିବାର ଥିଲା, ରୋଜଗାର ବଢାଇବା ପାଇଁ scheme ଆଣିବାର ଥିଲା, IT Park, Textile Park, MSME Park ଆଣିବା ପାଇଁ ଚେଷ୍ଟା କରିବା କଥା, ମାତ୍ର କିଛି କଲେ ନାହିଁ
• ବାଙ୍ଗାଲୋର ଓ ଭୋପାଳର ବିଜେପି ସାଂସଦ ସେମାନଙ୍କ କ୍ଷେତ୍ର ପାଇଁ ୪୦/୫୦ ହଜାର କୋଟି ଟଙ୍କାର project ଆଣିଛନ୍ତି, ଆମ ସାଂସଦ କିଛି ଆଣିଲେନି
• Capital Ring Road ଆଣିବାର ଥିଲା, ରିଙ୍ଗ ରୋଡ ହେଲେ, ଭୁବନେଶ୍ବରର expansion ହୋଇଥାନ୍ତା, କେନ୍ଦ୍ର ସରକାରଙ୍କ କାମ ଏଇଟା, ଖଣ୍ଡେ ଇଟା ବି ପଡିଲା ନାହିଁ
• ଭୁବନେଶ୍ବରକୁ ପଛକୁ ନେଇଗଲେ
• ନିର୍ବାଚନ ଆଗରୁ ସାଂସଦ ମନ୍ଦିର ମନ୍ଦିର ବୁଲି ୱାଟର କୁଲର ବାଣ୍ଟୁଛନ୍ତି
• ଭୁବନେଶ୍ବର ବାସିନ୍ଦାଙ୍କ କୌଣସି ଆଶା ପୂରଣ କଲେ ନାହିଁ
. ଭୁବନେଶ୍ଵରକୁ ୨୫ ବର୍ଷ ପଛକୁ ନେଇଗଲେ
• ଆମ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରା ରହିଛି, କଳିଙ୍ଗ ଷ୍ଟାଡିଅମରେ ବିଶ୍ବ କପ୍‌ ହକି ପଡିଆ କରିଛନ୍ତି, ଭୁବନେଶ୍ବରକୁ ମେଟ୍ରୋ ରେଳ ମୁଖ୍ୟମନ୍ତ୍ରୀ ଆଣୁଛନ୍ତି, ଅନ୍ୟାନ୍ୟ Infrastructure development କରୁଛନ୍ତି
• ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କଲେ

You might also like
Leave A Reply

Your email address will not be published.