ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ବ ପ୍ରମେଚ୍ୟୁର ଦିବସ ପାଳିତ
ଭୁବନେଶ୍ବର : ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ଆଜି ବିଶ୍ବ ନବଜାତ ସପ୍ତାହ (ନଭେମ୍ବର ୧୫- ନଭେମ୍ବର ୨୧) ଏବଂ ବିଶ୍ବ ପ୍ରିମେନ୍ୟୁର ଦିବସ ପାଳନ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୦ ଜଣ ପ୍ରିମ୍ୟରୁର ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି ଶିଶୁମାନେ ୩୦ ସପ୍ତାହ ପୂର୍ବରୁ ଜନ୍ମ ନେଇଥିଲେ ଏବଂ ଜନ୍ମ ସମୟରେ ତାଙ୍କର ଓଜନ ୫୦୦ ଗ୍ରାମରୁ ୧୫୦୦ ଗ୍ରାମ ପର୍ଯ୍ୟନ୍ତ ଥିଲା । ମଣିପାଲ ହସ୍ପିଟାଲରେ ସେମାନଙ୍କୁ ଅତ୍ୟାଧୁନିକ ନିଓନେଟାଲ ଇଣ୍ଟେନସିଭ୍ କେୟାର ୟୁନିଟ୍ (NICU) ରେ ଭର୍ତ୍ତି ଏବଂ ଚିକିତ୍ସା କରାଯାଇଥିଲା ।
ପାଳିତ ଏହି କାର୍ଯ୍ୟକ୍ରମ ପ୍ରିମେନ୍ୟୁର ଶିଶୁମାନଙ୍କର ଗୁରୁତର ଏବଂ ପରବର୍ତ୍ତୀ ବୃଦ୍ଧି ଯାତ୍ରାକୁ ଉପସ୍ଥାପନା, ଯାହାରେ ବିଶେଷଜ୍ଞ ଚିକିତ୍ସା ଏବଂ ନିରନ୍ତର ନିରୀକ୍ଷଣ ଦ୍ବାର ବର୍ତ୍ତମାନ ଅନେକ ଶିଶୁ ବର୍ତ୍ତମାନ ଏକ ନୁତନ ଜୀବନ ପାଇଛନ୍ତି । କିନ୍ତୁ ଜନ୍ମ ବେଳେ ଏହି ଶିଶୁଙ୍କ ଅବସ୍ଥା ସଙ୍କଟାପର୍ଶ ଥିଲା, କିନ୍ତୁ ମଣିପାଲ ହସ୍ପିଟାଲର ଅଭିଜ୍ଞ NICU ଟିମ୍ର ଚିକିତ୍ସା ଫଳରେ ସେମାନେ ବର୍ତ୍ତମାନ ଏକ ସୁସ୍ଥ୍ୟ ଓ ନୀରୋଗ ଜୀବନ ଅତିବାହିତ କରୁଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଏହି ପ୍ରିମେଚ୍ୟୁର ଶିଶୁଙ୍କ ପିତାମାତା ମାନେ ସେମାନଙ୍କ ଶିଶୁମାନେ NICU ଥିବା ସମୟରେ ସେମାନଙ୍କ ଅନୁଭବ ସେୟାର କରିଥିଲେ । ମଣିପାଲ ହସ୍ପିଟାଲ ଭୁବନେଶ୍ବରହ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଜାନକୀବଲ୍ଲଭ ପ୍ରଧାନ କହିଥିଲେ, “ ପ୍ରିମେନ୍ୟୁର
ଶିଶୁଙ୍କ ଚିକିତ୍ସା କରିବା କ୍ଷେତ୍ରରେ ଆମର ସଫଳତା ହାର ୯୫%ରୁ ଅଧ୍ବକ । ମଣିପାଲ ହସ୍ପିଟାଲର ଉଚ୍ଚ ଗୁଣବତ୍ତା ଚିକିତ୍ସା ଏବଂ ଅଭିଜ୍ଞ NICU ଏବଂ PICU ଡାକ୍ତର ନର୍ସଙ୍କ ଚିକିତ୍ସା ଫଳରେ ଅନେକ ପ୍ରିମେନ୍ୟୁର ଶିଶୁ ବର୍ତ୍ତମାନ ଏକ ସାଧାରଣ ଜୀବନ ଅତିବହିତ କରୁଛନ୍ତି । ଏହି ଶିଶୁମାନଙ୍କ ମଧ୍ୟରୁ ୫%ରୁ କମ୍ ଶିଶୁଙ୍କୁ ଡିସଚାର୍ଜ ପରେ କୌଣସି ସ୍ନାୟୁଗତ ଚିକିତ୍ସାର ଆବଶ୍ୟକତା ପଡିଥାଏ । “
ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କ ମତରେ, * ମଣିପାଲ ହସ୍ପିଟାଲରେ ଆମେ ୨୪ ଘଣ୍ଟିଆ ଜରୁରୀକାଳୀନ ଶିଶୁ ବିଭାଗ ସହିତ ଶିଶୁ କାର୍ଡ଼ିଓଲୋଜି, ଶିଶୁ ନ୍ୟୁରୋଲୋଜି ସହିତ ପିଲାଙ୍କ ପାଇଁ ସ୍ବତନ୍ତ୍ର ICU ସେବା ଉପଲବ୍ଧ” । ଯାହାକି ପ୍ରିମେନ୍ୟୁର ଶିଶୁମାନଙ୍କୁ ଏକ ସୁସ୍ଥ ଓ ନୀରୋଗ ରଖିବାରେ ବେଶ ସହାୟକ ହୋଇଥାଏ । ମଣିପାଲ ହସ୍ପିଟାଲ ଭୁବନେଶ୍ବର ନିଓନେଟାଲ ଏବଂ ପିଡିଆଟ୍ରିକ ବିଭାଗରେ 24×7 ଲେଭେଲ III NICU ସେବା ସହ ଆଧୁନିକ ସୁବିଧାମାନା ଉପଲବ୍ଧ ଅଛି, ଯାହାରେ HFOV, ସମ୍ପୂର୍ଣ୍ଣ ଶରୀର କୁଲିଂ, ନାଇଟ୍ରିକ ଅକ୍ସାଇଡ୍ ଥେରାପି, ବେନ୍ସାଇଡ୍ନି ଓନେଟାଲ ECHO ଏବଂ USG କାଙ୍ଗାରୁ ମଦର କେୟାର (KMC) ୟୁନିଟ୍, ଆଧୁନିକ ପିଡିଆଟ୍ରିକ ଇଣ୍ଟେନସିଭ୍ କେୟାର ୟୁନିଟ୍ (PICU), ପିଡିଆଟ୍ରିକ ଏଣ୍ଡୋସ୍କୋପି ଏବଂ ERCP ଏବଂ 24×7 ପିଡିଆଟ୍ରିକ କାର୍ଡିଓଲୋଜି ସେବା ଅଛି।
ମଣିପାଲ ହସ୍ପିଟାଲ ଭୁବନେଶ୍ବରର ହସ୍ପିଟାଲ ଡାୟରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ନବଜାତ ଶିଶୁମାନଙ୍କୁ ବିଶ୍ବସ୍ତରୀୟ ସେବା ଯୋଗାଇବା ପାଇଁ ହସ୍ପିଟାଲର ଅବିଚ୍ଛିନ୍ନ ପ୍ରତିଶ୍ରୁତି ପ୍ରତି ଗର୍ବ ଅଭିବ୍ୟକ୍ତ କରି କହିଲେ, “ପ୍ରତ୍ୟେକ ନବଜାତ ଶିଶୁ, ବିଶେଷକରି
ପ୍ରିମେନ୍ୟୁର ଶିଶୁମାନେ, ଶ୍ରେଷ୍ଠ ସେବା ପାଇବାକୁ ନିଶ୍ଚିତ କରିବାରେ ଆମେ ପ୍ରତିବଦ୍ଧ। ଆଜି ଆମେ ଦେଖୁଥିବା ସଫଳତା ଗାଥାଗୁଡ଼ିକ ଆମ ଡାକ୍ତରମାନଙ୍କର ଦକ୍ଷତା ଏବଂ ଆମର ସହାୟକ ବ୍ୟବସ୍ଥାର ପ୍ରମାଣ ଅଟେ ମଣିପାଲ ହସ୍ପିଟାଲ ବିଷୟରେ ଭାରତରେ ବାର୍ଷିକ ୭ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉଥିବା ଆସ୍ପିଓନିରିନ୍ ହେଲଥକେୟାର୍, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାର ପ୍ରଧାନ ଲକ୍ଷ୍ୟ ହେଉଛି- ମଲ୍ଟିସ୍ପେଶାଲିଟି ଏବଂ ତୃତୀୟସ୍ତରୀୟ ଯତ୍ନ ବିତରଣ ସେକ୍ସ ମ୍ ମାଧ୍ଯମରେ ଏକ ସୁଲଭ, ଉଚ୍ଚ ଗୁଣବତ୍ତା ବିଶିଷ୍ଟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାର ସେବାରେ ମଧ୍ୟ ବିସ୍ତାର କରିବା ।
ମେଡିକାସିନର୍ଜି ହସ୍ପିଟାଲ ଏବଂ ଏମ୍ଆଇ ହସ୍ପିଟାଲ ଲିମିଟେଡ୍ (ସେପ୍ଟେମ୍ବର ୨୦୨୩ରେ ଅଧିଗ୍ରହଣ) ଅଧ୍ୟଗ୍ରହଣ ଶେଷ ହେବା ସହିତ ସମନ୍ବିତ ନେଟୱାକ୍ ଆଜି ୧୦,୫୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୧୯ଟି ସହରର ୩୭ଟି ଡାକ୍ତରଖାନାର ସର୍ବଭାରତୀୟ ପଦଚିହ୍ନ ରହିଛି ଏବଂ ୫,୬୦୦ରୁ ଅଧିକ ଡାକ୍ତର ଓ ୧୮,୬୦୦ରୁ ଅଧିକ କର୍ମଚାରୀଙ୍କ ଦକ୍ଷ ପୁଲ୍ ରହିଛି । ମଣିପାଲ ହସପିଟାଲ ସମଗ୍ର ବିଶ୍ବର ଅନେକ ରୋଗୀଙ୍କ ପାଇଁ ବ୍ୟାପକ ରୋଗ ନିରାକରଣ ଏବଂ ପ୍ରତିଷେଧକ ଯତ୍ନ ପ୍ରଦାନ କରିଥାଏ । ମଣିପାଲ ହସ୍ପିଟାଲ ଏନଏବିଏଚ୍ ଓ ଏଏଏଚ୍ଆର୍ପିପି ସ୍ବୀକୃତିପ୍ରାପ୍ତ ଏବଂ ଏହାର ନେଟୱାକ୍ର ଅଧିକାଂଶ ଡାକ୍ତରଖାନା ଏନ୍ଏବିଏଲ୍, ଇଆର୍ ଏବଂ ବୁଦ୍ବ୍ୟାଙ୍କ୍ ଦ୍ବାରା ଅନୁମୋଦିତ ଏବଂ ନସିଂ ଉତ୍କର୍ଷତା ପାଇଁ ସ୍ବୀକୃତିପ୍ରାପ୍ତ । ମଣିପାଲ ହସ୍ପିଟାଲ ମଧ୍ଯ ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ଭାରତର ସବୁଠାରୁ ସମ୍ମାନଜନକ ଏବଂ ରୋଗୀ ସୁପାରିଶ କରାଯାଇଥିବା ଡାକ୍ତରଖାନ ଭାବରେ ସ୍ବୀକୃତି ପାଇଛି ।