Odia news portal

ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ

ଇଚ୍ଛାଶକ୍ତିର ଅଭାବ ରହିଲେ ଆଗକୁ ବଢିହେବନି
ଭୁବନେଶ୍ୱର : ସମୟ ବଦଳିବା ସହ ବୈଷୟିକ ଜ୍ଞାନକୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି । ସାମ୍ବାଦିକର ସଂଜ୍ଞା କହିଲେ କିଛି ବୁଝି ହେଉନାହିଁ । ତେଣୁ ସାମ୍ବାଦିକର ସ୍ୱାଧୀନତା କଥା କ’ଣ କହିବା । ସାମ୍ବାଦିକର ଗାରିମା ପାଇଁ ଯେଉଁ ସଂଯମତା ଦରକାର ତାହା ଆଉ ନାହିଁ । ସରକାର ମଧ୍ୟ ସାମ୍ବାଦିକତାମାନଙ୍କ ହିତ ପାଇଁ ଦୃଷ୍ଟି ଦେବା ଦରକାର, କିନ୍ତୁ ତାହା ହେଉନାହିଁ । ଅନେକ ସାମ୍ବାଦିକ ଆଜି ଅବହେଳିତ । ସମ୍ବାଦ ସଂଗ୍ରହରେ କଟକଣା, ସଚିବାଳୟକୁ ପ୍ରବେଶ ଉପରେ କଟକଣା ଏସବୁକୁ ଦେଖିଲେ ସାମ୍ବାଦିକତାରେ କେତେ ସ୍ୱାଧୀନତା ମିଳୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶନିବାର ‘ଓଡ଼ିଶା ପତ୍ରକାର ସଂଘ’ (ଓପିଏସ୍‌) ପକ୍ଷରୁ ସ୍ଥାନୀୟ ଲୋହିଆ ଭବନରେ ଜାତୀୟ ପ୍ରେସ୍ ଦିବସ-୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲୀ ଯୋଗଦେଇ କହିଲେ ଯେ, ନାରଦ ମୁନି ସେତେବେଳେ ସବୁ ଖବର ଜଣାଉଥିଲେ । ତେବେ ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ କରି ସରକାରଙ୍କୁ ସଚେତନ କରୁଛନ୍ତି । ଛପା ଗଣମାଧ୍ୟମର ଚାହିଦା ରହିଛି, ଆଗକୁ ରହିବ । ସାମ୍ବାଦିକଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସମାଧାନ କରିବାକୁ ଚେଷ୍ଟା କରିବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ମୁଖପତ୍ର ସଜ୍ଜନ ଶର୍ମା କହିଲେ ଯେ, ସମ୍ବାଦିକତା ଓ ସାମ୍ବାଦିକଙ୍କର ବୃତ୍ତି ବଦଳି ଯାଇଛି । ଏବେ ସମ୍ବାଦପତ୍ର ମାଲିକ ବେପାରୀ ହୋଇଯାଇଛନ୍ତି । ସମ୍ବାଦର ମାନ କମିଛି । ଜଣେ ସାମ୍ବାଦିକ ନି ।ର ସହ କାର୍ଯ୍ୟ କରି ମା’ ମାଟିର ବିକାଶ ପାଇଁ କଲମ ଚାଳନା କରିବା ଉଚିତ୍ ।

ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ ସମ୍ବାଦପତ୍ର ସଂଗ୍ରହର ପ୍ରମୁଖ ସ୍ଥାନ ସଚିବାଳୟ ହୋଇଥିବା ବେଳେ ତାହାକୁ ପୂର୍ବ ସରକାର ବାଡ଼ ପକାଇଥିଲେ । ନୂଆ ସରକାର ସେ ବାଡ଼ ହଟାଇଛନ୍ତି । ସରକାର ସାମ୍ବାଦିକମାନଙ୍କ ଉନ୍ନତି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସୂଚନା କମିଶନର ତଥା ବରି ସାମ୍ବାଦିକ ଦିଲ୍ଲୀପ ବିଶୋଇ ଯୋଗଦେଇ ସାମ୍ବାଦିକ ଓ ସମ୍ବାଦପତ୍ର କେତେ ସ୍ୱାଧୀନ ବୋଲି ମତ ଦେଇଥିଲେ । ସଂଘର ପ୍ରତି ।ତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ବରି ସାମ୍ବାଦିକ ରବି ରାୟ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ସଂଘର ସାଧାରଣ ସମ୍ପାଦକ ରାମଦାସ ଲିମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ରାଜ୍ୟ ସଭାପତି ଅବିନାଶ ମିଶ୍ର ଧନ୍ୟବାଦ ଦେଇଥିଲେ ।

You might also like
Leave A Reply

Your email address will not be published.