ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ : ଓଡ଼ିଶାର ଯୁଗଳ ବିଜୟ
ଭୁବନେଶ୍ୱର : ଜମ୍ମୁ କଶ୍ମୀରରେ ଚାଲିଥିବା ୩୫ତମ ଜାତୀୟ ଟେନିସ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ଯୁଗଳ ବିଜୟ ପାଇଛି। ଏମ୍ଏ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍ରେ ଯଥାକ୍ରମେ ଏଆଇଆଇବି ଓ ମଧ୍ୟଭାରତକୁ ୬ ୱିକେଟ୍ରେ ସମାନ ବ୍ୟବଧାନରେ ହରାଇଛି। ପ୍ରଥମ ମ୍ୟାଚ୍ରେ ଏଆଇଆଇବି ନିର୍ଦ୍ଧାରିତ ୮ ଓଭରରେ ୬ ୱିକେଟ୍ ହରାଇ ୫୫ ରନ୍ କରିଥିଲା।
ଜବାବରେ ଏମ୍ ରାଜାଙ୍କ ୨୮ ରନ୍ ବଳରେ ଓଡ଼ିଶା ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଦ୍ବିତୀୟ ମ୍ୟାଚ୍ରେ ମଧ୍ୟଭାରତ ୪ ୱିକେଟ୍ ହରାଇ ୬୮ ରନ୍ କରିଥିଲା ବେଳେ ଓଡ଼ିଶା ଅନୁଭବ ଖଠୁଆଙ୍କ ୩୪ ରନ୍ ସହାୟତାରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଏହି ଦୁଇ ମ୍ୟାଚ୍ରେ ଯଥାକ୍ରମେ ରାଜା ଓ ଅନୁଭବ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ଓଡ଼ିଶା ନିଜର ଶେଷ ଲିଗ୍ ମ୍ୟାଚ୍ରେ ଚଣ୍ଡିଗଡ଼କୁ ଭେଟିବ।