କାଶିକା ମିଶ୍ର ସଫଳତା ହାସଲରେ ପ୍ରଥମ ଓଡ଼ିଆ
ଭୁବନେଶ୍ୱର, (ଚକ୍ରଧର ମାଝି) : ଆଇଜିୟୁ (ଇଣ୍ଡିଆନ ଗଳ୍ପ ୟୁନିୟନ) ଉତ୍ତରାଞ୍ଚଳ ମହିଳା ଓ ଜୁନିୟର ବାଳିକା ଚାମ୍ପିଅନସିପ୍ରେ ଓଡ଼ିଆ ଝିଅ କାଶିକା ମିଶ୍ର ଚାମ୍ପିଅନ ହୋଇଛନ୍ତି। ଏହି ସଫଳତା ହାସଲରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବାଳିକା। ପ୍ରତିଯୋଗିତା ଗତ ୧୮ ତାରିଖରୁ ଦିଲ୍ଲୀର ନୋଏଡାସ୍ଥିତ ଜେପି ଗ୍ରୀନ୍ସରେ ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଥିଲା। କାଶିକା ସମସ୍ତ ବର୍ଗରେ ( ୧୫ରୁ ୧୮ ବର୍ଷ ଏବଂ ଓପନ ବର୍ଗରେ (ସିନିୟର ଆମେଚର) ପ୍ରଥମ ସ୍ଥାନ ହାସଲ କରିଥିଲେ। ୧୭ ବର୍ଷୀୟା କାଶିକା ଦିଲ୍ଲୀ ଗଳ୍ପ କ୍ଲବରେ ଅଭ୍ୟାସ କରନ୍ତି। ଭୁବନେଶ୍ୱର କ୍ଲବ୍ରର ସଦସ୍ୟା ମଧ୍ୟ ରହିଛନ୍ତି। ବାପା, ମା’ଙ୍କ ସହ ସେ ଦିଲ୍ଲୀରେ ରହନ୍ତି। ବ୍ରହ୍ମପୁର ପ୍ରେମନଗରର ସେ ମୂଳ ବାସିନ୍ଦା ଅଟନ୍ତି।
ଉତ୍ତରାଞ୍ଚଳ ମହିଳା ଓ ଜୁନିୟର ବାଳିକା ଚାମ୍ପିଅନସିପ୍ ଆଇଜିୟୁର ଘରୋଇ ବ୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ସିଜନରେ ଏଭଳି ମୋଟ୍ ୯ଟି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ । ଶେଷରେ ପଏଣ୍ଟ ଆଧାରରେ ଖେଳାଳିଙ୍କୁ ଜାତୀୟ ମାନ୍ୟତା ମିଳିଥାଏ । କାଶିକା ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ସେମିତି ଭଲ ପ୍ରଦର୍ଶନ କରିପାରି ନଥିଲେ। ମାତ୍ର ପରବର୍ତ୍ତୀ ଦିନଠୁ ଚମତ୍କାର ପ୍ରଦର୍ଶନ କରି ଅଗ୍ରଣୀ ଲାଭ କରିଥିଲେ। ରନର୍ସ ଅପ୍ ମନ୍ନତ ବ୍ରାରଙ୍କ ଠାରୁ ଶେଷରେ ୪ଟି ଷ୍ଟ୍ରୋକ୍ ଆଗରେ ରହି ବିଜେତା ହୋଇଥିଲେ। କେବଳ ଏତିକି ନୁହଁ, କାଶିକା ଓଡ଼ିଶାର ପ୍ରଥମ ଗଳ୍ପ ଖେଳାଳି ଭାବରେ ଗତ ବର୍ଷ ମେ’ ମାସରେ ବିଶ୍ବ ଆମେଚର ଗଳ୍ପ ବ୍ୟାଙ୍କିଙ୍ଗ୍ (ଡବ୍ଲ୍ୟୁଏଜିଆର) ହାସଲ କରିଥିଲେ । ଗତବର୍ଷ ନଭେମ୍ବର ମାସରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ସେ ଓଡ଼ିଶା ଦଳରୁ ପ୍ରତିନିଧ୍ୟ କରିଥିଲେ।
ଆଜି ଚାମ୍ପିଅନ ହେବା ପରେ ତାଙ୍କୁ ୫୦ ବ୍ୟାଙ୍କିଙ୍ଗ୍ ପଏଣ୍ଟ ମିଳିଛି ଏବଂ ସେ ଜାତୀୟ ମାନ୍ୟତାରେ ଶ୍ରେଷ୍ଠ ୧୦ ମଧ୍ୟରେ ପ୍ରବେଶ କରିଛନ୍ତି। ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବା। ପୂର୍ବରୁ କାଶିକା ଭାରତୀୟ ଦଳରୁ ପ୍ରତିନିଧୂତ୍ବ କରି ତାଇୱାନ, ଥାଇଲାଣ୍ଡ ଏବଂ ମାଲେସିଆରେ ଆୟୋଜିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ସଫଳତା ପାଇଁ ସେ ନିଜର କୋଚ, ଓଡ଼ିଶା ସରକାର ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇ ପାରିଛି ବୋଲି କାଶିକା କହିଛନ୍ତି।