୧ ଓ ୨ ନମ୍ବର ୱାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ଓ ୨ ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ୧ ନମ୍ବର ୱାର୍ଡର ଚିରାଗୋଲାଟୋଲା ବସ୍ତି ଠାରୁ ପଦଯାତ୍ରା ଶୁଭାରମ୍ଭ ହୋଇ ପ୍ରଶାନ୍ତି ବିହାର କଲୋନୀ ପରିକ୍ରମା କରି ଦୁର୍ଗାପୂଜା ପଡିଆ ଠାରେ ପହଞ୍ଚି ଥିଲା ।
ସେଠାରେ ୧ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାଶବର୍ମା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବରି ନେତା ସୁବାସ ପାତ୍ର, ପ୍ରତାପ ରାଉତ, ୨ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ବେହେରା, ନାରୀ ନେତ୍ରୀ ଇଲା ସ୍ଵାଇଁ, ସୁର୍ଯ୍ୟକାନ୍ତି ଜେନା, ଯୁବନେତା ଭୋଳାନାଥ ମହାରଣା ପ୍ରମୁଖ ଯୋଗଦେଇ କହିଥିଲେ ବିଜେଡି ସରକାର ବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଶିଖରରେ ପହଞ୍ଚି ଥିଲା । ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ୧ ନମ୍ବରରେ ରହୁଥିଲା ।
କିନ୍ତୁ ବର୍ତ୍ତମାନର ସରକାର ସମସ୍ତ କ୍ଷେତ୍ରରେ ବିଫଳ ହେଉଛି । ଆମ ସରକାର କରିଥିବା ଯୋଜନା ଗୁଡିକ ନା ବଦଳାଇ ବାହା ବାହା ନେବାକୁ ଚେଷ୍ଟା କରୁଛି । ନିର୍ବାଚନରେ ଦେଇଥିବା ପ୍ରତିଶୃତି ପାଳନ ନ କରି ମିଛରେ ଜନସାଧାରଣଙ୍କୁ ଭୂଆଁ ବୁଲଉଛି । ମିଥ୍ୟା ପ୍ରତିଶୃତି ଦେଇ ଶାସନ ଗାଦିରେ ବସିଥିବା ବିଜେପି ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ ପୂରଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ବିଷୟରେ ଲୋକମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଉତ୍ତରର ସମସ୍ତ କର୍ପୋରେଟର, ଛାମୁଆ ନେତା, ଯୁବନେତା, ନାରୀନେତ୍ରୀ ଓ କର୍ମୀମାନେ ଉପସ୍ଥିତ ଥିଲେ । ଡେପୁଟି ମେୟର ମଞ୍ଜୁଲତା କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।