ଭିନ୍ନକ୍ଷମ ମାନଙ୍କୁ ମାଗଣା ଶିକ୍ଷା
ଭୁବନେଶ୍ଵର : ଓଡ଼ିଶାର ଅଗ୍ରମୀ ଶିକ୍ଷାନୁଷ୍ଠାନ ଟ୍ରେଡ୍ଫିସ୍ର ପ୍ରଥମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ସେକ୍ରେଟାରୀ ରଶ୍ମୀରଞ୍ଜନ ଶତପଥୀ ଯୋଗଦେଇ ଭାରତୀୟ ଷ୍ଟକ୍ ମାର୍କେଟ୍ସ ମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଚିତ୍ତରଂଜନ ବେହେରା ଅଧ୍ୟକ୍ଷତା କରି କହିଥିଲେ ଭିନ୍ନକ୍ଷମମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରି ରୋଜଗାରକ୍ଷମ କରିବା ଏବଂ ଗୃହିଣୀମାନଙ୍କୁ ୫୦% ରିହାତିରେ ଶିକ୍ଷା ପ୍ରଦାନ କରି ଘରେ ରହି ଉପାର୍ଜନକ୍ଷମ କରାଇବା ଆମର
ଲକ୍ଷ୍ୟ ରହିଛି ।
ଆଜିଠାରୁ ପ୍ରଥମ କରି ୩ଟି ନୂତନ କୋର୍ସ ଯଥା– ଇଣ୍ଡେକ୍ସ ଅପ୍ସନ୍ କୋର୍ସ, ଭାରତୀୟ ଷ୍ଟକ୍ ମାର୍କେଟ୍ କୋର୍ସ ଏବଂ ଆଡଭାନ୍ସ ଫୋରେକ୍ସ କୋର୍ସ ଶିକ୍ଷା ପ୍ରଦାନ କରାଯିବ । ଏହାଦ୍ଵାରା ଛାତ୍ରଛାତ୍ରୀମାନେ ଏଠାରୁ ଶିକ୍ଷା ଗ୍ରହଣ କରି ଆର୍ଥିକ ସ୍ଵଚ୍ଛଳ ହେବା ସହ ସ୍ଵାବଲମ୍ବୀ ହୋଇପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଯଶବୀର ସାମଲ, ଜନସଂପର୍କ ଅଧୁକାରୀ ସୂର୍ଯ୍ୟକାନ୍ତ ଓଝା ଉପସ୍ଥିତ ରହି ଅନୁଷ୍ଠାନର ବିଭିନ୍ନ କୋର୍ସ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସୂଚନା ଥାଉକି ଇକ୍ୟୁଟିଜ୍-ଆଇଜେଡ୍ ଅନୁଷ୍ଠାନ ବିଗତ ଋରିବର୍ଷ ହେବ ନିଜର ପାଠ୍ୟକ୍ରମ ଜରିଆରେ ରାଜ୍ୟର ଅନେକ ଶିକ୍ଷିତ ବେକାରଙ୍କୁ ରୋଜଗାରକ୍ଷମ କରାଇପାରିଛି ।