Odia news portal

ଏକାଠି ହେଲେ ୩ ଶହରୁ ଉର୍ଦ୍ଧ ସାଧୁସନ୍ଥ

ଭୁବନେଶ୍ୱର : ଅଖିଳ ଭାରତ ହିନ୍ଦୁ ମହାସଭା ଓଡିଶା ଶାଖା ଓ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ରାଜ୍ୟ ଶାଖାର ମିଳିତ ଉଦ୍ୟମରେ ଭୁବନେଶ୍ୱର, ଖଣ୍ଡଗିରି ନୃସିଂହ ମନ୍ଦିର ପରିସରରେ “ପର୍ଶୁରାମୋତ୍ସବ ୨୦୨୪” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏଥିରେ ସମସ୍ତ ବ୍ରାହ୍ମଣ ସମାଜର ମହାଜନ ମାନଙ୍କ ସହିତ ହିନ୍ଦୁ ବର୍ଗର ଅନ୍ୟ ସମାଜ ମାନଙ୍କର ଗଣ୍ୟମାନ୍ୟ ନେତା ଓ ସମାଜ ସେବୀ ମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇଥିଲେ ଏହି ଅବସରରେ ଉତ୍କଳ ପ୍ରଦେଶ ବିକାଶ ପରିଷଦ, ମା’ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭୂମାନିକେତନ, ଭୂପତ ଓ୍ବାଲା, ହରିଦ୍ଵାରର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ । ନିମନ୍ତ୍ରିତ ମୁଖ୍ୟ ଅତିଥି ଶ୍ରୀ ମୁନ୍ନା କୁମାର ଶର୍ମା ରାଷ୍ଟ୍ରୀୟ ସଭାପତି (ଅଖିଳ ଭାରତ ହିନ୍ଦୁ ମହାସଭା) ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟର (ଶ୍ରୀ ପର୍ଶୁରାମ ଭଜନ ଉନ୍ମୋଚନ କାର୍ଯ୍ୟକ୍ରମ) ପରିଚାଳନାଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇ ଥିଲା ହରିଦ୍ୱାରରେ କରାଯାଉ ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତେ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।

ମୁଖ୍ୟ ବକ୍ତା ଭାବେ ଶକ୍ତି ଶଙ୍କର ମିଶ୍ର ଯୋଗ ଦାନ କରି ତାଙ୍କ ଆଶ୍ରିବଚନ ଦେଇଥିଲେ,ସର୍ବ ବ୍ରାହ୍ମଣ ମହାସଭା ର ଓଡିଶା ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଓ ଅଖିଳ ଭାରତ ହିନ୍ଦୁ ମହାସଭା ଓଡିଶା ରାଜ୍ୟ ଶାଖା ସଭାପତି ଇଂ.ରବିନାରାୟଣ ମହାପାତ୍ର,ସମ୍ପାଦକ ସନ୍ତୋଷ ମିଶ୍ର ରାଜ୍ୟ ମହିଳା ଶାଖା ର ସଭାପତି ପୁଷ୍ପିତା ମହାପାତ୍ର ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ

You might also like
Leave A Reply

Your email address will not be published.