Odia news portal

ଭୋଟ୍ ଦିନ ମାଡ଼ି ଆସୁଛି ବାତ୍ୟା ?

ଭୁବନେଶ୍ୱର : ଆସୁଛି ବାତ୍ୟା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାକୁ ବାତ୍ୟା ଭୟ। ୨୦ରୁ ୨୧ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ବର୍ଷା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ । ସମୁଦ୍ରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତରୂ ରୂପ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବର୍ଷର ପ୍ରଥମ ବାତ୍ୟା।ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ରେ ଅବପାତରେ ପରିଣତ ହେବ l ଏହା ପ୍ରଭାବରେ ୨୪ରେ ଦକ୍ଷିଣ ଓଡ଼ିଶା ଏବଂ ୨୫ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

You might also like
Leave A Reply

Your email address will not be published.