Odia news portal

ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଧୂଆଁଧାର ପ୍ରଚାର

ଚାରିଆଡେ ମିଳୁଛି ଅଭୂତପୁର୍ବ ସମର୍ଥନ

ଭୁବନେଶ୍ୱର,(ଚକ୍ରଧର ମାଝି) : ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଇଦାନ ସରଗରମ ହୋଇଛି । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡରେ ହଜାର ହଜାର ସମର୍ଥକଙ୍କ ଗହଣରେ ଧୂଆଁଧାର ପ୍ରଚାର କରିଛନ୍ତି । ୱାର୍ଡବାସୀ ମାନେ ହୁଳହୁଳି ହରୋବୋଲ ପକାଇ ବିଜୟୀ ଆର୍ଶୀବାଦ ଦେଇ ଅଭୂତପୂର୍ବ ସମର୍ଥନ ଜଣାଇଛନ୍ତି ।

ବୁଧବାର ଦିନ ୱାର୍ଡ ନମ୍ବର ୨୫, ୧୫, ୨୭ ଓ ୧୨ରେ ବିଶାଳ ବାଇକ୍ ଶୋଭାଯାତ୍ରାରେ ଯାଇ କଲୋନୀ କଲୋନୀ, ବସ୍ତି ବସ୍ତି ବୁଲି ଭୋଟ ମାଗିଛନ୍ତି ସୁଶାନ୍ତ । ପୂର୍ବାହ୍ନରେ ୨୫ ଓ ୧୫ ନମ୍ବର ୱାର୍ଡରେ ପ୍ରଚାର କରିଥିଲା ବେଳେ ଅପରାହ୍ନରେ ୨୭ ଓ ୧୨ ନଂ ୱାର୍ଡରେ ପ୍ରଚାର କରିଛନ୍ତି । ୨୭ ନଂ ୱାର୍ଡରେ ଜୟଦେବ ବିହାର ଛକ ଠାରୁ ପ୍ରଚାର ଆରମ୍ଭ ହୋଇଥିଲା ବେଳେ ୧୨ ନଂ ୱାର୍ଡରେ କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଆଚାର୍ଯ୍ୟ ବିହାର ଛକ ଠାରୁ ଆରମ୍ଭ ହୋଇ ସୈନିକ ସ୍କୁଲ, ଲକ୍ଷ୍ମୀ ବିହାର, ଧୀରିକୁଟି ବସ୍ତି, ରେଲୱେ କଲୋନୀ, ଆଦିମାତା କଲୋନୀ, ଗଜପତି ନଗର, ସପ୍ତମ ବାଟାଲିୟନ, ଦାସରଜା ସାହି, ପାତ୍ର ସାହି ହୋଇ ସାମନ୍ତପୁରୀ ସାହିରେ ଶେଷ ହୋଇଥିଲା ।

ନବୀନ ଗ୍ୟାରେଣ୍ଟି ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ୧୦୦ ରୁ ୧୫୦ ୟୁନିଟ ବିଜୁଳି ଉପରେ ରିହାତି, ମହିଳା ଓ ମଧ୍ୟବିତ୍ତଙ୍କ ପାଇଁ ଋଣ ସୁବିଧା, ୨ ଲକ୍ଷ ନିଯୁକ୍ତି ଓ ଯୁବବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଉପରେ ଲୋକମାନଙ୍କୁ କହିଥିଲେ । ଏବଂ ଓଡିଶାର ବିକାଶ ଧାର।।କୁ ଆହୁରି ଆଗକୁ ନେବା ପାଇଁ ଦୁଇଟି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ବରି ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ମାନସୀ ସୁନ୍ଦରାୟ, ପିଙ୍କି ସ୍ୱାଇଁ, ସୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଯୁବନେତା ପ୍ରସନ୍ନ କୁମାର ସାହୁଙ୍କ ସମେତ ସମସ୍ତ ନେତୃମଣ୍ଡଳୀ, ବରି ନାଗରିକ, ମହିଳା ଓ ଯୁବକମାନେ ବହୁ ସଂଖ୍ୟରେ ଯୋଗଦାନ କରିଥିଲେ ।

You might also like
Leave A Reply

Your email address will not be published.