Odia news portal

ମହାପ୍ରଭୁଙ୍କ କାମରେ ବି ମିଛ କହୁଛନ୍ତି ଧର୍ମେନ୍ଦ୍ର : ବିଜେଡି

ଜଗନ୍ନାଥଙ୍କ ନାଁରେ ଦୁଇ ଦୁଇଟି ଡାହା ମିଛ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ
 କହିଥିଲେ ନବକଳେବର ପାଇଁ କେନ୍ଦ୍ର ଦେଇଛି ୫୦ କୋଟି
 ବାସ୍ତବରେ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି
 କହିଥିଲେ ଓଡିଶା ଟ୍ରେଜେରୀକୁ ଆସିଛି ଟଙ୍କା
 ହେଲେ ଟଙ୍କା ଆସିଥିଲା କେନ୍ଦ୍ରୀୟ ସଂସ୍ଥା ଆଇଟିଡିସି ଖାତାକୁ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇଟି ମିଛ କହିଛନ୍ତି । ଠାକୁରଙ୍କ କାମରେ ଏଭଳି ଡାହା ମିଛ ନକହିଲେ ଭଲ ହେବ ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ପ୍ରଥମେ ଶ୍ରୀ ପ୍ରଧାନ କହିଥିଲେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ହେଲେ ବାସ୍ତବରେ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି ଟଙ୍କା । ସେହିଭଳି ଆଉ ଗୋଟିଏ ମିଛ କହିଥିଲେ ଯେ ମାର୍ଚ୍ଚ ୩୦ ତାରିଖରେ ଓଡିଶା ଟ୍ରେଜେରୀକୁ କେନ୍ଦ୍ରରୁ ଏଥିପାଇଁ ୫୦ କୋଟି ଟଙ୍କା ଆସିଛି । ହେଲେ ଓଡିଶା ଟ୍ରେଜେରୀ ନୁହେଁ ବରଂ କେନ୍ଦ୍ର ସରକାର ତାଙ୍କର ନିଜସ୍ୱ ସଂସ୍ଥା ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଖାତାକୁ ଦେଇଥିଲେ ୧୦ କୋଟି ଟଙ୍କା । ଏହି ୧୦ କୋଟି ଟଙ୍କାରୁ ୬ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କା ଫେରି ଯାଇଛି ।

ତେଣୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଦେଇଥିବା ନେଇ ଦୁଇ ଦୁଇଟି ମିଛ କହିବାକୁ ପଛାଇ ନାହାନ୍ତି । ଶ୍ରୀ ପାଣ୍ଡିଆନ ଏଭଳି ସୂଚନା ଦେବା ସହିତ ଏ ସଂକ୍ରାନ୍ତୀୟ ଦସ୍ତାବିଜ୍‍ର ନକଲ ମଧ୍ୟ ଜାରି କରିଛନ୍ତି । ସେ କହିଛନ୍ତି ଯେ ଅତି କମ୍‍ରେ ମହାପ୍ରଭୁଙ୍କ କାମରେ ଏଭଳି ମିଛ ନକହିଲେ ଭଲ ହେବ ।

You might also like
Leave A Reply

Your email address will not be published.