Odia news portal

ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ଚକେଇସିଆଣିରେ ସୁଶାନ୍ତଙ୍କ ରୋଡ ସୋ’

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୧, ୧୦ ଓ ୫ ନମ୍ବର ୱାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଛି। ହଜାର ହଜାର ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ଗ୍ରହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଶ୍ରୀ ରାଉତ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଉଥିବା ଉତ୍ତମ ଶାସନ ଯୋଗୁଁ ଓଡ଼ିଶା ଆଜି ସାରା ଦେଶରେ ଏକ ନମ୍ବର ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଅନେକ ବିକାଶମୂଳକ ପ୍ରକଳ୍ପ ସଫଳ ହୋଇଛି।

ଆଗକୁ ଆହୁରି ବିକାଶମୂଳକ ପଦକ୍ଷେପ ହାତକୁ ନେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୫ବର୍ଷ ମଧ୍ୟରେ ତିନୋଟି ଯାକ ୱାର୍ଡରେ ରାସ୍ତା, ଡ୍ରେନ୍‌, କମ୍ୟୁନିଟି ହଲ୍‌, ସ୍କୁଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ୫ ନମ୍ବର ୱାର୍ଡ ଅନ୍ତର୍ଗତ ଜାତୀୟ ରାଜପଥଠାରୁ ମଞ୍ଚେଶ୍ବର ଦେଇ ସତ୍ୟବିହାର ପର୍ଯ୍ୟନ୍ତ ରାସ୍ତା‌, ମା’ ଦୋଳଦେଇ ମନ୍ଦିର ନବୀକରଣ, ବିଜୁ ପଟ୍ଟନାୟକ ଖେଳ ପଡ଼ିଆର ବିକାଶ, ଭୋଇ ସାହିରେ କମ୍ୟୁନିଟି ହଲ୍‌, ଉପରସାହିରେ ଭାଗବତ ଘର, ଚକେଇସିଆଣି କମ୍ୟୁନିଟି ହଲ୍‌, ପାଦୂକା ମନ୍ଦିର ନବୀକରଣ, ସମେଇଗାଡ଼ିଆ ଚକେଇସିଆଣି, ମଞ୍ଚେଶ୍ବର ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକର ନବୀକରଣ କରାଯାଇଛି। ପ୍ରାୟ ୭ କୋଟି ଟଙ୍କାରେ ୧୯ଟି ପ୍ରକଳ୍ପ କାର୍ଯ୍ୟ ୫ ନମ୍ବର ୱାର୍ଡରେ ହୋଇଛି। ୧୦ ନମ୍ବର ୱାର୍ଡ ଅଧୀନ ଭୋଟପଡ଼ାରେ ମଣ୍ଡପ ନିର୍ମାଣଠାରୁ ଆରମ୍ଭ କରି ଝରଣାସାହି, ହଡ଼ବାଇ ବସ୍ତି ପରି ସ୍ଥାନରେ ଏକାଧିକ କମ୍ୟୁନିଟି ହଲ୍‌ ହୋଇଛି।

ଭୋଟପଡ଼ା ଜଗନ୍ନାଥ ମନ୍ଦିର, ଚକେଇଶିଆଣି ମା’ ପାଟଦେବୀ ମନ୍ଦିର, ପୁରୁଷୋତ୍ତମ ବସ୍ତିରେ ବା‌ବା ପୂର୍ଣ୍ଣେଶ୍ବର ମନ୍ଦିର, ଗୋପବନ୍ଧୁ ବସ୍ତିର ଗୁପ୍ତେଶ୍ବର ମନ୍ଦିର, ଲେପ୍ରୋସ୍‌ କଲୋନିର ଜଗନ୍ନାଥ ମନ୍ଦିରର ବିକାଶ କରାଯାଇଛି। ଭିଏସ୍‌ଏସ୍‌ ନଗର ବରିଷ୍ଠ ନାଗରିକ ବିଲଡିଂ, ଓଟିଏମ୍‌ ମନ୍ଦିର, ସାଇ ମନ୍ଦିର, ଆଖଣ୍ଡଳମଣୀ ମନ୍ଦିର, ଗୋଜବାୟାଣୀ ବସ୍ତି ନିକଟ, ପ୍ରଗତି ମହିଳା ବିକାଶ ମଞ୍ଚ, ଗଡେଶ୍ବର ହାଟ ନିକଟରେ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ହୋଇଛି। ଧୀରିକୂଟ ସାହି ଖେଳପଡ଼ିଆ, ସ୍କୁଲର କ୍ଲାସ୍‌ରୁମ୍‌ ଓ ସାଇକେଲ୍‌ ଷ୍ଟାଣ୍ଡ, ବରିଷ୍ଠ ନାଗରିକ କୋଠାର ନବୀକରଣ ପରି କାର୍ଯ୍ୟ ହୋଇଛି। ପ୍ରାୟ ୨ କୋଟି ଟଙ୍କାରେ ୧୧ଟି ଡ୍ରେନ୍‌ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି।

ଆଜି ଏହି ଶୋଭାଯାତ୍ରାରେ ବିଜେଡିର ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ କର୍ପୋରେଟର ପ୍ରଭାସିନୀ ମହାନ୍ତି, ସେକ ନୁର ହାସନ , ମିନୁଶ୍ରୀ ଖୁଣ୍ଟିଆ ଯୁବନେତା ପ୍ରକାଶ ତ୍ରିପାଠୀ, ଅଜୟ ଜେନା , ପୁରଞ୍ଜନ ପାଢ଼ୀ, ମହେଶ୍ୱର ବିଶ୍ୱାଳ , ଦାଶରଥି ନାୟକ, ଦିଲ୍ଲୀପ ନାୟକ, ସଞ୍ଜୟ ବଳିୟାରସିଂ , ଆଦିକନ୍ଦ ରାଉତ, ସନ୍ତୋଷ ମହାନ୍ତି, ଚୈତନ୍ୟ ଦାସ, ରସାନନ୍ଦ ଭୋଇ, କିଶୋର ମଙ୍ଗରାଜ, ଦିଲ୍ଲୀପ ସ୍ୱାଇଁ, ନିର୍ମଳ ରାଉତ, ଅନୁପ ଖୁଣ୍ଟିଆଙ୍କ ସମେତ ବହୁ ସଂଖ୍ୟାରେ ଏସ ଏଚ ଜି ର ମହିଳା ତଥା ଯୁବକ ଛାତ୍ର ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମଗୁଡିକୁ ସଫଳ କରିଥିଲେ

You might also like
Leave A Reply

Your email address will not be published.