Odia news portal

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପାଖରୁ ଦିନିକିଆ ସତସଙ୍ଗ ମା ଅନନ୍ତ.. ତାର କଥା ଅନନ୍ତ..

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଭଜନ ଓ ମା ଅନନ୍ତ. ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ 11.5.24. ସନ୍ଧ୍ୟା 6.30ରେ ଗିରୀଦୁର୍ଗା ମନ୍ଦିର ୟୁନିଟ ୩ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି, ପ୍ରଥମେ କେ ଲଷ୍ମୀ ନାରାୟଣ ଅନାମିକା ସ୍ୱାଇଁ ପଟନାୟକ ଭାରତୀ ଭୂଷଣ ପଟ୍ଟନାୟକ ସ୍ଵର୍ଣ୍ଣଲତା ପାଣି, ପୁଷ୍ପଳତା ରାଉତ ରାୟ ତ୍ରିଲୋଚନ ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ

ଏହି ଅବସରରେ ଅଶ୍ବିନ ରାଣୀ ଦୁର୍ଗତିନାଶିନୀ ରଚନା ଓ କଣ୍ଠ ଅନାମିକା ସ୍ୱାଇଁ ପଟ୍ଟନାୟକ ସ୍ୱର ଭାରତୀ ଭୂଷଣ ଓ ଶ୍ରୀଦେବୀ ଆଦିଶକ୍ତି ରଚନା ସନ୍ତୋଷ ମିଶ୍ର ସ୍ୱର ଓ କଣ୍ଠ ଭାରତୀ ଭୂଷଣ ପଟ୍ଟନାୟକ ଦୁଇଟି ଭଜନ ସଂମ୍ମାନୀୟ ଅତିଥି ଶ୍ରୀ ପ୍ରଭାକର ମଲ୍ଲିକ ନିରଞ୍ଜନ ଦାଶ, ରାଧାବଲ୍ଲଭ ସିଂ ରବିନାରାୟଣ ମହାପାତ୍ର ସୁରେଶ ମିଶ୍ର ଓ ଅନ୍ୟାନ୍ୟ ଭକ୍ତ ମାନଙ୍କ ଦ୍ୱାରା ମାଙ୍କ ଚରଣରେ ଲୋକାର୍ପଣ କରାଯାଇଥିଲା,ଆଜିର କାର୍ଯ୍ୟକ୍ରମରେ ତ୍ରିଲୋଚନ ନାୟକ ବଂଶୀଧର ନାୟକ ଅଚ୍ୟୁତ ବେହେରା ତନ୍ମୟ କୁମାର ସାହୁ ଶ୍ରୀନିବାସ ରାଓ ଜନାର୍ଦନ ସୁବୁଦ୍ଧି, ଅଜୟ ଚୌଧୁରୀ, ପ୍ରଫୁଲ୍ଲ ଦାସ ପ୍ରମୁଖ

ଓ ବହୁ ସଂମ୍ମାନିୟା ମହିଳା ମାନେ ଉପସ୍ଥିତ ରହି ପ୍ରବଚନ ଶୁଣିବା ସହ ସହଯୋଗ କରିଥିଲେ କଥା ସେବକ ଶ୍ରୀ ସୁଧୀର କୁମାର ଜେନା, ଦେବୀ ମହାତ୍ମ୍ୟ ମା ଅନନ୍ତ. ତାର କଥା ଅନନ୍ତ..ଉପରେ ତାଙ୍କ ଆଶ୍ରିବଚନ ଅତି ସୁଦର ଭାବେ ବର୍ଣନା କରିଥିଲେ ଏହା ସମସ୍ତଙ୍କୁ ଆନନ୍ଦିତ କରିଥଲା ।

You might also like
Leave A Reply

Your email address will not be published.