Odia news portal

ବୁଗୁଡା ପାଇଁ ବିଜୁ ଯୁବ ଜନତା ଦଳ ସଭାପତି ମନୋନୀତ

ବୁଗୁଡା : ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ଼.ବ୍ୟୋମକେଶ ରାୟ ଓ ସାଧାରଣ ସଂପାଦକ ପ୍ରବଣ କୁମାର ବଳବନ୍ତରାୟ ଙ୍କ ଦ୍ୱରା ଜୁଲାଇ ୩୦ ତାରିଖ ଦିନ ପ୍ରକାଶିତ ତାଲିକାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ନଗର ବିଜୁ ଯୁବ ଜନତା ଦଳ ସଭାପତି ଭାବେ କେଶବ ଚନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ବୁଗୁଡା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଟୁକୁନା ଜେନା ମନୋନୀତ ହୋଇଛନ୍ତି।

ରାଜ୍ୟ ବିଜୁ ଯୁବ ଜନତା ଦଳ ଯେଉଁ ବିଶ୍ବାସ ରଖି ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବା ସହ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାପାଇଁ ଉଦ୍ୟମ କରି ଆଗାମୀ ଦିନରେ ବୁଗୁଡ଼ାରେ ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିବା ସହ ଯୁବ ଭାଇ ଭଉଣୀ ମାନଙ୍କୁ ସାଙ୍ଗରେ ନେଇ ଶ୍ରୀକାନ୍ତ ଭାଇଙ୍କ ବିକାଶର ରଥକୁ ଆହୁରି ଆଗକୁ ନେବାରେ କାର୍ଯ୍ୟ କରିବେ ବୋଲି ନଗର ସଭାପତି କେଶବ ଚନ୍ଦ୍ର ସାହୁ ଓ ବ୍ଲକ ସଭାପତି ଟୁକୁନା ଜେନା ପ୍ରକାଶ କରିଛନ୍ତି।

ସେହି ଦୁହିଁଙ୍କୁ ନଗର ଓ ବ୍ଳକ ସଭାପତି ଭାବେ ମନୋନୀତ କରି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତାଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ପୋଲସରା ନିର୍ବାଚନ ମଣ୍ଡଳୀର ବିକାଶ ପୁରୁଷ ତଥା ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଡକ୍ଟର ଶ୍ରୀ ରାୟ ଓ ସମ୍ପାଦକ ଶ୍ରୀ ବଳବନ୍ତ ରାୟଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ ବିଜେଡିର ନେତୃ ମଣ୍ଡଳୀଙ୍କୁ ଶ୍ରୀ ସାହୁ ଓ ଶ୍ରୀ ଜେନା କୃତଜ୍ଞତା ଜ୍ଞାପନ କରିଛନ୍ତି।

(ବୁଗୁଡ଼ାରୁ ସୁର୍ଯ ନାରାୟଣ ଜେନାଙ୍କ ରିପୋର୍ଟ୍)

You might also like

Leave A Reply

Your email address will not be published.

two × 3 =