Odia news portal

ହରପ୍ରସାଦ ଉପସଭାପତି, ସାହିଲି ସାଧାରଣ ସମ୍ପାଦକ ଓ ଜ୍ୟୋତି ଶ୍ରୀ ସମ୍ପାଦିକା

ବୁଗୁଡା : ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ତାଲିକା ଘୋଷଣା ହୋଇଥିବା ବେଳେ ବୁଗୁଡ଼ାରୁ ତିନି ଜଣ ସ୍ଥାନ ପାଇଥିବା ଜଣାପଡିଛି। ବୁଗୁଡା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ବୁଜୁ ଛାତ୍ର ଜନତାର ଉପସଭାପତି ଭାବେ ହରପ୍ରସାଦ ମହାପାତ୍ର ମନୋନୀତ ହୋଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ସାହିଲି କୁମାର ପ୍ରଧାନ ମନୋନୀତ ହୋଇଛନ୍ତି। ସେହିପରି ବୁଗୁଡାର ଛାତ୍ରୀ ଜ୍ୟୋତି ଶ୍ରୀ ସାହୁ ଗଞ୍ଜାମ ଜିଲ୍ଲା ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ବୁଗୁଡା ଅଞ୍ଚଳରୁ ତିନି ଜଣ କର୍ମକର୍ତ୍ତା ହୋଇଥିବା ଯୋଗୁଁ ବୁଗୁଡା ଅଞ୍ଚଳରେ ଛାତ୍ରଛାତ୍ରୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।

ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଉପସଭାପତି ଶ୍ରୀ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ ଓ ସମ୍ପାଦିକା ସୁଶ୍ରୀ ସାହୁ ତିନିହେଁ ପ୍ରକାଶ କରିଛନ୍ତି ଯେ ସେମାନଙ୍କ ଉପରେ ଭରଷା ରଖି କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିବାରୁ ସେମାନେ ସେହି ଦାୟିତ୍ୱକୁ ଆନ୍ତରିକ ସହ ତୁଲାଇବା ସହ ଛାତ୍ର ସମାଜ ଓ ଯୁବ ସମାଜ ମଧ୍ୟରେ ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟ ପ୍ରଚାର କରି ଛାତ୍ର ଓ ଯୁବ ଜନତା ଦଳକୁ ସୁଦୃଢ କରିବା ପାଇଁ ଉଦ୍ୟମ କରିବୁ। ଏହି ଅବସରରେ ହର ପ୍ରସାଦ, ସାହିଲି କୁମାର ଓ ଜ୍ୟୋତି ଶ୍ରୀ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

(ବୁଗୁଡ଼ାରୁ ସୁର୍ଯ ନାରାୟଣ ଜେନାଙ୍କ ରିପୋର୍ଟ୍)

You might also like

Leave A Reply

Your email address will not be published.

four + 11 =