Odia news portal

ପୂର୍ବତନ ମନ୍ତ୍ରୀଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଅଭିନେତ୍ରୀ

ଚେନ୍ନାଇ: ଜଣେ ଜଣାଶୁଣା ତାମିଲ ଅଭିନେତ୍ରୀ ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ଡକ୍ଟର ମଣିକନ୍ଦନଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଏଆଇଡିଏମ୍‌କେ ନେତା ମଣିକନ୍ଦନଙ୍କ ନାମରେ ଯୌନ ଶୋଷଣ, ବ୍ଲାକ୍‌ମେଲିଂ ଓ ପ୍ରତାରଣା ଭଳି ଅଭିଯୋଗ ଆଣିଛନ୍ତି ତାମିଲ ଅଭିନେତ୍ରୀ। ଏଭଳିକି ବିଗତ ୫ ବର୍ଷ ଧରି ହୋଇ ଆସୁଛି ବୋଲି ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି।। ଅଭିନେତ୍ରୀଙ୍କ ଅଭିଯୋଗପରେ ଚେନ୍ନାଇ ପୁଲିସ୍‌ ଏଆଇଡିଏମ୍‌କେ ନେତା ମଣିକନ୍ଦନଙ୍କ ନାମରେ ଏକ ମାମଲା ଦାୟର କରିଛି।

ବିବାହର ପ୍ରତିଶ୍ରୁତି ଦେଇ କରୁଥିଲେ ଯୌନ ଶୋଷଣ:
୩୬ ବର୍ଷିୟ ଅଭିନେତ୍ରୀ ଜଣକ ପୂର୍ବତନ ମନ୍ତ୍ରୀଙ୍କୁ କଠୋରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଓ ମଣିକନ୍ଦନଙ୍କ ସମ୍ପର୍କ ୨୦୧୭ରୁ ରହିଛି। ସେହି ସମୟରେ ମଣିକନ୍ଦନ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବାରମ୍ବାର ବିବାହ କଥା ମଣିକନ୍ଦନଙ୍କୁ କହିବାରୁ ବିବାହ କରିବାକୁ ମନା କରି ଦେଇଥିଲେ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି

ଜୀବନରୁ ମାରିବାକୁ ଦେଇଥିଲେ ଧମକ:
ଟାଇମ୍ସ ନାଓ ରିପୋର୍ଟ ମୁତାବିକ, ଅଭିନେତ୍ରୀ ଜଣକ କହିଛନ୍ତି ଯେ, ଯେତେବେଳେ ସେ ଗର୍ଭବତୀ ଥିଲେ ପୂର୍ବତନ ମନ୍ତ୍ରୀ ଜଣକ ଜୋର ଜବରଦସ୍ତ ଗର୍ଭପାତ କରାଇଥିଲେ। କେବଳ ସେତିକି ନୁହେଁ ଯଦି ତାଙ୍କ(ଏଆଇଡିଏମ୍‌କେ ନେତା) ନାଁରେ ସେ ଅଭିଯୋଗ କରିବେ ତେବେ ତାଙ୍କର(ଅଭିନେତ୍ରୀ) କିଛି ଅନ୍ତରଙ୍ଗ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିବା ସହ ଜୀବନରେ ମାରିଦେବାକୁ ଏହି ନେତା ଜଣକ ଧମକ ଦେଇଥିବା ଅଭିନେତ୍ରୀ କହିଛନ୍ତି।

ଅଭିନେତ୍ରୀ-ନେତାଙ୍କ ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ଏହି ମାାମଲାକୁ ନେଇ ମଣିକନ୍ଦନ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦେଇ ନାହାନ୍ତି। ଅନ୍ୟପଟେ ଅଭିନେତ୍ରୀ ଜଣକ ପ୍ରମାଣ ସ୍ବରୂପ କିଛି ଫଟୋ ପୁଲିସକୁ ଦେଇଛନ୍ତି।

You might also like

Leave A Reply

Your email address will not be published.