Odia news portal

ଜଟଣୀ ବ୍ଲକରେ ପିସି କାରବାର; ଅଭିଯୋଗ ଆଣିଲେ ଉପାଧ୍ୟକ୍ଷ

ଭୁବନେଶ୍ୱର : ଜଟଣୀ ବ୍ଳକରେ ବ୍ୟାପକ ପିସି କାରବାର ଚାଲିଛି। ପ୍ରତ୍ୟେକ କାର୍ଯ୍ୟରେ ୨୦ରୁ ୩୦ ପ୍ରତିଶତ ପିସି ଦାବି କରାଯାଉଛି । ଏଥିରେ ବ୍ଳକର କେତେକ କର୍ମଚାରୀ ସଂପୃକ୍ତ ଅଛନ୍ତି । ବ୍ଳକ ଉପାଧ୍ୟକ୍ଷା ଜ୍ୟୋସ୍ମରଣୀ ଦାସ ଆଜି ଏପରି ଅଭିଯୋଗ କରିଛନ୍ତି । ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି। ପିସି ନ ଦେଲେ ହେଉଥିବା କର୍ଯ୍ୟର ବିଲ୍ ମଞ୍ଜୁର କରାଯାଉନଥିବା ସେ କହିଛନ୍ତି। ଅନେକ କାର୍ଯ୍ୟ ବିଭାଗ ଅଧୀନରେ କରାଯାଇ ବ୍ୟାପକ ଅର୍ଥ ହରିଲୁଟ୍ କରାଯାଉଛି। ବ୍ଲକ ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବା ଦର୍ଶାଇ ୨୦ଲକ୍ଷରୁ ଅଧିକ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

କାର୍ଯ୍ୟ କରାନଯାଇ ଫଲ୍‌ ବିଲ୍ କରାଯାଉଥିବା ମଧ୍ୟ ସେ କହିଛନ୍ତି। ୨୦୨୨ ମସିହାରେ ସେ ନିର୍ବାଚିତ ହୋଇ ଆସିବା ପରେ ଏହି ବୃକକୁ ପିସି ମୁକ୍ତ କରିବାକୁ ପ୍ରଥମ ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ଦେଇଥିଲେ। ହେଲେ ପିସି ବଦ ହେବା ପରିବର୍ତ୍ତେ ବଢ଼ିଚାଲିଛି ବୋଲି ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ କହିଛନ୍ତି। ବିଡ଼ିଓ ରଶ୍ମିତାନାଥ ଏପରି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।

ଏଠାରେ କୌଣସି ପିସି କାରବାର ହେଉନାହିଁ କି ଫଲ୍‌ ବିଲ୍ ମଧ୍ୟ କରାଯାଇ ନାହିଁ। ଅଭିଯୋଗକାରୀ ତଥ୍ୟ ପ୍ରମାଣ ପ୍ରଦାନ କଲେ ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯିବ ବୋଲି ବିଡ଼ିଓ କହିଛନ୍ତି।

You might also like
Leave A Reply

Your email address will not be published.