Odia news portal

ପୋଲିସ ଭାଇ ଓ ଭଉଣୀମାନଙ୍କ ସମାଜ ପାଇଁ ଏତାଦୃଶ କାର୍ଯ୍ୟକୁ ଶତ ଶତ ପ୍ରଣାମ : ଓଡ଼ିଶା ଉତ୍କଳ ବାହିନୀ ପରିବାର

କଟକ : କରୋନାର ଦ୍ବିତୀୟ ଲହରକୁ ମାତ ଦେବା ପାଇଁ ସମସ୍ତ ଭାରତବାସୀ ସରକାରୀ ନିୟମକୁ ପାଳନ କରିବା ସହ ଘରେ ରହିଥିବା ବେଳେ ନିଜ ଜୀବନକୁ ବିପଦାପନ୍ନ କରି ଆମ ଆରକ୍ଷୀ (ପୋଲିସ) ଭାଇ ଓ ଭଉଣୀମାନେ ଆମକୁ ସୁରକ୍ଷା ଦେବା ସହ କରୋନାର ପ୍ରଭାବ ବିସ୍ତାରକୁ ରୋକ୍ ଲଗାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ପ୍ରଚଣ୍ଡ ଖରା ଗରମ ସହିତ ଲକଡାଉନ ସମୟରେ ତାଙ୍କୁ ଶୋଷ ଲାଗୁଥିଲେ ବି ଥଣ୍ଡା ପାଣି ପାଉ ନ ଥୁବେ, ଭୋକ ଲାଗୁଥିଲେ ବି କେଉଁଠି ବିସ୍କୁଟ କି କେକ୍ ଖାଇବାକୁ ପାଉନଥିବେ କିନ୍ତୁ ଏ ସବୁକୁ ଭୃକ୍ଷେପ ନ କରି ସର୍ବଦା ଆମ ପାଇଁ ସେମାନେ ଅବିରତ ସେବା ଯୋଗାଉଛନ୍ତି ।

ଓଡ଼ିଶା ଉତ୍କଳ ବାହିନୀ ପରିବାର ଆରକ୍ଷୀ (ପୋଲିସ) ଭାଇ ଓ ଭଉଣୀମାନଙ୍କ ସମାଜ ପାଇଁ ଏତାଦୃଶ କାର୍ଯ୍ୟକୁ ଶତ ଶତ ପ୍ରଣାମ କରୁଅଛି । ଏଣୁ ସତୀଚଉରା ଛକ ପାଖରୁ କୋଭିଡ ନିୟମ ପାଳନ ପୂର୍ବକ ଓଡ଼ିଶା ଉତ୍କଳ ବାହିନୀ ପରିବାରର ସଦସ୍ୟ ଏକତ୍ରିତ ହୋଇ ସହରର ବିଭିନ୍ନ ଫାଣ୍ଡି ଓ ସୁରକ୍ଷା ଦାୟିତ୍ବରେ ଥିବା ଆରକ୍ଷୀ (ପୋଲିସ) ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପାଖରେ ଖାଦ୍ୟ ପାନୀୟ ଯୋଗାଇବାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଓଡ଼ିଶା ଉତ୍କଳ ବାହିନୀର ରାଜ୍ୟ ଆବାହକ ପୁଣ୍ୟଶ୍ଳୋକ ମହାନ୍ତି କହିଥିଲେ ଯେ ଏଭଳି କରୋନା ମହାମାରୀ ସମୟରେ ନିଜ ପରିବାରକୁ ପଛରେ ପକାଇ ଜନସାଧାରଣଙ୍କ ପାଇଁ ପୋଲିସ ଭାଇ ଓ ଭଉଣୀଙ୍କ ସେବାକୁ ଚିର ନମସ୍ୟ କରିବା ସହିତ ତାଙ୍କ ନେତୃତ୍ବରେ ସହର ବିଭିନ୍ନ ଅଂଚଳକୁ ଓଡ଼ିଶା ଉତ୍କଳ ବାହିନୀର ସଦସ୍ୟମାନେ ପରିଦର୍ଶନ କରି ମୁତୟନ ଥିବା ସମସ୍ତ ଆରକ୍ଷୀ (ପୋଲିସ) ଭାଇ ଓ ଭଉଣୀମାନଙ୍କୁ ଖାଦ୍ୟ ପାନୀୟ ପ୍ରଦାନ କରି ଆପ୍ୟାୟିତ କରିଥ ।

ଏହି କାର୍ଯ୍ୟକ୍ରମକୁ ସଭାପତି ପ୍ରଫୁଲ୍ଲ ଜେଠୀ, ସମ୍ପାଦକ ଗୋପାଳ ମହାରଣା, ସୁଶାନ୍ତ କୁମାର ମହାନ୍ତି, ପ୍ରଶାନ୍ତ ବେହେରା, ବେବୀନା ରୟ, ନିଲମ ଦାସ, ଦିପୁ ରଞ୍ଜନ ଦାସ, ଜ୍ଞାନ ରଞ୍ଜନ ଦାସ, ମିଡ଼ିଆ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିଥିଲେ ।

You might also like

Leave A Reply

Your email address will not be published.