Odia news portal

ୱାର୍ଡ଼ ନଂ – ୩୯ରେ ରିଲିଫ୍ ବଣ୍ଟିଲେ ଵିଜୁ ଜନତା ଦଳର କର୍ମକର୍ତ୍ତା

ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ଅନୁସରଣ କରିବା ସହ ସମ୍ଭାବ୍ୟ ବାତ୍ୟା ୟାସ୍ କୁ ଆଖି ଆଗରେ ରଖି ନୂଆପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ଶାସ୍ତ୍ରୀନଗର୍ କମ୍ୟୁନିଟି ହଲ ସମ୍ମୁଖ ବସ୍ତିର ଭାଇ ଭଉଣୀ ମାନଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶୈଳେଶ ଦାନି ଓ ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟ ଙ୍କ ମିଳିତ ସହଯୋଗରେ ମାସ୍କ, ଚୁଡ଼ା, ଚିନି, ବିସ୍କୁଟ, ମହମବତୀ ଓ ଦିଆସିଲି ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ୱାର୍ଡ ସଭାପତି ମନୋରଂଜନ ନାୟକ, ଅନୁଜ ଚନ୍ଦନ ନାୟକ, ବିଜୁ ଛାତ୍ରଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ଶାଶ୍ଵତ ଲେଙ୍କା, ସୌମ୍ୟରଞ୍ଜନ ସ୍ୱାଇଁ, ଭବାନୀ ଶଙ୍କର ମହାନ୍ତି ଓ ଲକ୍ଷ୍ମୀଧର ବାରିକ ପ୍ରମୁଖ ସାମିଲ୍ ଥିଲେ ।

You might also like

Leave A Reply

Your email address will not be published.