Odia news portal

ଦୁର୍ଦିନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର

ବରଗଡ଼ : ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା ଗୌରଚରଣ ସାହୁ(୭୫)ଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର ବାସନ ମଧ୍ୟ ବିକ୍ରି ସରିଯାଇଛି । ହେଲେ ପୁଅ ଝିଅଙ୍କ ସ୍ଵାସ୍ଥ୍ୟରେ ଆଦୌ ସୁଧାର ଆସିନାହିଁ । ଦୁଇ ଛୁଆଙ୍କ ଚିକତ୍ସା ନିମନ୍ତେ ସୁଦୂର ବେଙ୍ଗଲୋର ନିମହାନ୍ସ ହସ୍ପିଟାଲ, ଦିଲ୍ଲୀ ଏମ୍ସ ହସ୍ପିଟାଲ କୁ ନେଇଯାଇଥିବା ବେଳେ କଟକ,ବୁର୍ଲା କଥା କିଏ ପଚାରେ । ଶେଷରେ ସବୁ ସରିଯିବା ପରେ ବାର ଘର ଶୁଣ୍ଢିପିଣ୍ଡା ସାଜି ଭାଗ୍ୟକୁ ଆଦରି ନିଜ ଅର୍ଧନିର୍ମିତ କୁଡ଼ିଆ ଘରେ ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି ଅସହାୟ ପରିବାର ।

ଗୌରଚରଣ ସାହୁ(୭୫)ଙ୍କ ପରିବାର କହିଲେ ସ୍ତ୍ରୀ ଅମ୍ବିକା ସାହୁ ସମେତ ଦୁଇପୁଅ ଝିଅ ଯିଏକି ଦିନେ ଖେଳ କୂଦ କରି ଦୌଡୁ ଥିଲେ ଏବଂ ସ୍କୁଲରେ ପାଠ ମଧ୍ୟ ପଢ଼ୁଥିଲେ । ହେଲେ ହଠାତ ଏହି ହସଖୁସିର ପରିବାରକୁ ଗ୍ରହଣ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ ଉଭୟ ସନ୍ତାନ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଥିଲେ।ଯେଉଁ ବୟସରେ ପୁଅ ଝିଅ ମା ବାପାଙ୍କ ସେବା କରିବା କଥା ସେ ବୟସରେ ବୃଦ୍ଧା ବାପା ମା ପୁଅ ଝିଅଙ୍କ ସେବା କରୁଛନ୍ତି ।ଏପରିକି ସାମନ୍ୟ ପରିସ୍ରା, ଶୌଚ କରିବା ପାଇଁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟା ସ୍ଥାନକୁ ବୋହିକି ନେବା ଆଣିବା କରିବାକୁ ପଡୁଛି। ମାଁ ବାପା ପିଲାଙ୍କ ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିଦେଇ ଦରିଦ୍ରତା କୁ ମଧ୍ୟ ଆଦରି ନେଲେ ଏବଂ ଏବେ ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ। ସକାଳ ହେଲେ ଖାଦ୍ୟ ସଂଗ୍ରହ ପାଇଁ ଗରିବ ମାଁ ବାପାଙ୍କୁ ଘାରିଛି ବଡ଼ ଚିନ୍ତା । ସରକାରୀ ସ୍ତରରେ ମିଳୁଥିବା ୩୫କେଜି ଚାଉଳ ରେ ୨୦ଦିନ ଚଳିଯାଉଥିବା ବେଳେ ବାକି ଦିନମାନଙ୍କରେ ଭାତ ମୁଠାଏ ପାଇଁ ବେଶ ହଟ-ହଟା ହେବାକୁ ପଡୁଛି ବୃଦ୍ଧ ମା, ବାପାଙ୍କୁ । ଏପରିକି ବେଳେ ବେଳେ ପେଟରେ ଓଦା କନା ଦେଇ ଭୋକ ଉପାସରେ ଶୋଇବାକୁ ପଡୁଛି ।

ସରକାରୀ ସ୍ତରରେ ମିଳୁଥିବା କିଛି ଭତା ପଇସା ଠୁ ଢେର ଅଧିକ ହେଉଛି ଔଷଧ ବାବଦକୁ ଖର୍ଚ୍ଛ । ବାକି ଦିନ ମାନଙ୍କରେ ଅନ୍ୟ ଘରେ କୂଳି, ମଜୁରୀ କରି କିଛି ଅର୍ଥ ଉପାର୍ଜନ ହୋଇଯାଇଥାଏ ହେଲେ ବର୍ତମାନ କୋରନା ସାଜିଛି କାଳ । ଏଅରି ଅବସ୍ଥାରେ କେମିତି ଘରେ ଚୁଲି ଜଳିବ ?କେମିତି ଏମାନେ ବଞ୍ଚିବେ ତାହା ସମୟ କହିବ ।ମାତ୍ର ଶୀଘ୍ର କିଛି ସରକାରୀ ସହାୟତା ଯୋଗାଇନଦେଲେ ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ଆମକୁ ଅନାହାରରେ ମୃତ୍ୟ ଭଳିଆ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିବ।

You might also like

Leave A Reply

Your email address will not be published.