Odia news portal

ନିର୍ବାଚନ ପରେ ସୁସ୍ଥ ଓ ସକ୍ରିୟ ଦେଖାଯାଉଛନ୍ତି ବିଜେଡି ସୁପ୍ରିମୋ, ରହସ୍ୟ କ’ଣ ?

ଭୁବନେଶ୍ବର : ସରକାର ବଦଳିବା ସହ ବଦଳିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ପୂର୍ବରୁ ଦୁର୍ବଳ ନଜର ଆସୁଥିବା ନବୀନ ଏବେ ପୂରା ସୁସ୍ଥ ଲାଗୁଛନ୍ତି । ସାମ୍ବାଦିକ ଯାହା ପ୍ରଶ୍ନ ପଚାରୁଛନ୍ତି ତା’ର ଉତ୍ତର ଦେଉଛନ୍ତି । ସଭାସମିତିରେ ଯୋଗ ଦେଉଛନ୍ତି । ନିକଟରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନବୀନ । କିଛି ବିଧାୟକ ପହଞ୍ଚିବା ପରେ ହସ ହସ ମୁହଁରେ ବିଧାନସଭାରେ ପହଞ୍ଚିଥିଲେ ନବୀନ । ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ । ବିଧାନସଭା ଭିତରେ ପ୍ରଥମେ କଂଟାବାଞ୍ଜିରୁ ତାଙ୍କୁ ପରାସ୍ତ କରିଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ କଥା ହୋଇଥିଲେ । ପରେ ବିଧାୟକ ଭାବେ ଶପଥ ନେଇଥିଲେ ।

ଗୃହ ଭିତରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ଶପଥ ପାଠ କରାଇଥିଲେ । ନିର୍ବାଚିତ ବାଚସ୍ପତି ସୁରମା ପାଢୀଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ବେଶ୍ ସକ୍ରିୟ ଦେଖାଯାଉଥିଲେ । ନବୀନ ପଟ୍ଟନାୟକଙ୍କ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେଡି ପରାଜୟ ପରେ ନବୀନଙ୍କ ସ୍ୱାସ୍ଥ୍ୟରେ ବିରାଟ ପରିବର୍ତନ ହେଲା କିପରି ବୋଲି ପ୍ରଶ୍ନ ବି ମନକୁ ଆସୁଛି ।ନବୀନଙ୍କ ଏଭଳି ପରିବର୍ତ୍ତନକୁ ଦେଖି ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ । ଆଗରୁ କ’ଣ ହୋଇଥିଲା । ଏବେ ନବୀନ ଏତେ ଠିକ କିପରି ହୋଇଗଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେଡି ସୁପ୍ରିମୋଙ୍କ ଏଭଳି ଫିଟ୍ ନେସ୍ ଦେଖି ଚକିତ ହୋଇଛନ୍ତି ।

You might also like
Leave A Reply

Your email address will not be published.