Odia news portal

୨ ଅମାନିଆ ଭଣଜାକୁ ଧରିଲା ପୁଲିସ୍ ମାମୁଁ

ଭୁବନେଶ୍ୱର : ଲକ୍‌ ଡାଉନ୍‌ରେ ମଦ ନେଇ ଯାଉଥିଲେ । ମାଡି ବସିଲା ପୁଲିସ । ଖାରବେଳନଗର ଥାନା ଚେକ ପଏଣ୍ଟରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ସେମାନେ ହେଲେ ମାଳିସାହି ଅଞ୍ଚଳର ବିଜୁ ବେହେରା (୪୦), ମୋଜାମିଲ ଲାଇକ (୨୪)ସେମାନଙ୍କ ପାଖରୁ ୧୮୨.୫ ଲିଟର ମଦ ଜବତ ହୋଇଛି ।

ସୂଚନା ଅନୁସାରେ ବିଜୁ ତାର ସହଯୋଗୀ ସହ ଚୋରା ମଦ ନେଇ ଯାଉଥିବା ବେଳେ ଖାରବେଳନଗର ଠାରେ ପୁଲିସ ଅଟକାଇଥିଲା । ପରେ ଗାଡି ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ମଦ ସହ ନଗଦ ୨୧ଶହ ଟଙ୍କା ଜବତ କରିଥିଲା । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

You might also like

Leave A Reply

Your email address will not be published.