Odia news portal

ସାରସକଣାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ବିରୋଧି ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି

• ମୁଁ ସେମାନଙ୍କୁ ଜଣେଇବାକୁ ଚାହେଁ ଯେ, ନବୀନ ବାବୁ ତାଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଯାଗାରେ ଆଦିବାସୀ ଭାଇଭଉଣୀମାନଙ୍କୁ ରଖିଛନ୍ତି

• ଆଦିବାସୀମାନଙ୍କ କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାକୁ ବହୁତ ସମ୍ମାନ ଦିଅନ୍ତି ନବୀନ ବାବୁ

• ଏ ଗୁଡ଼ିକ ହେଉଛି ଆଦିବାସୀଙ୍କ ପରିଚୟ

• ୫୦-୬୦ ବର୍ଷ ମଧ୍ୟରେ କୌଣସି ସରକାର ଆଦିବାସୀମାନଙ୍କ କଳା, ସଂସ୍କତି ଓ ଭାଷାର ଉନ୍ନତି ପାଇଁ କିଛି କରିଛନ୍ତି କି ?

• କେବଳ ନବୀନ ପଟ୍ଟନାୟକ କରିଛନ୍ତି

• ବିରୋଧି ବିଜେପିକୁ ପଚାରିବେ, ଆପଣମାନେ କଳା, ସଂସ୍କୃତି, ଭାଷା ଓ ଭଗବାନଙ୍କ ପାଇଁ କିଛି କହିଛନ୍ତି କି ? ଆମ ପାଇଁ ନବୀନ ବାବୁ କରିଛନ୍ତି

• ଏ ଗୁଡ଼ିକ ହେଉଛି ଆଦିବାସୀମାନଙ୍କ ପରିଚୟ, ଯଦି ଏଗୁଡ଼ିକ ପଳେଇବ ତା’ହେଲେ ସେମାନେ ବଞ୍ଚିପାରିବେ ନାହିଁ

• ଆଦିବାସୀମାନଙ୍କୁ ଶାନ୍ତିରେ ଓ ଖୁସିରେ ରଖିବାକୁ ସେମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୁଲିସ କେଶ୍‍ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

• ସେମାନଙ୍କୁ ଶାଳପତ୍ର, ଶାଳମଞ୍ଜି, ହରିଡ଼ା ପରି ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବାପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି, ସେମାନଙ୍କୁ ଆଉ କେହି ଠକି ପାରିବେ ନାହିଁ

• ସାରା ଭାରତବର୍ଷରେ ଅଧିକ ଆଦିବାସୀ ପିଲାଙ୍କ ହଷ୍ଟେଲ ଓଡ଼ିଶାରେ କରାଯାଇଛି, ହଜାର ହଜାର ହଷ୍ଟେଲରେ ଲକ୍ଷ ଲକ୍ଷ ପିଲା ମାଗଣାରେ ରହି ପାଠ ପଢ଼ୁଛନ୍ତି

• ଅନ୍ୱେଷା, ଆକାଂକ୍ଷା ଯୋଜନା ମାଧ୍ୟମରେ ସେମାନଙ୍କୁ ଉଚ୍ଚଶିକ୍ଷିତ କରାଯାଉଛି

• କେବଳ ସେମାନଙ୍କର ଉନ୍ନତି ପାଇଁ ଏ ସବୁ କରାଯାଇଛି, ସେମାନଙ୍କର ଉନ୍ନତି ଓ ପରିଚୟ ଉଭୟ ଦରକାର

• ଆଦିବାସୀ ଭାଇଭଉଣୀମାନଙ୍କୁ ଆନ୍ତରିକତାର ସହ ଭଲ ପାଆନ୍ତି ନବୀନ ବାବୁ

• ଗତଥର ଆପଣ ଯାହାକୁ ବିଧାୟକ କରିଥିଲେ, ସେ ଆପଣଙ୍କ ପାଇଁ କଣ କାମ କରିଛନ୍ତି ଟିକିଏ ଚିନ୍ତା କରନ୍ତୁ, ସେ ଆପଣମାନଙ୍କୁ ଦେଖିଲେ ଚିହ୍ନିପାରିବେ କି ?

• ମୋ ପୂର୍ବରୁ ଏଠାକୁ ଦୁଇ ଥର ଆସିଛି, ଯାହା ବି ଦରଖାସ୍ତ ନେଇଥିଲି ପ୍ରାୟ ସବୁ କାମ ହୋଇଛି

• ଚନ୍ଦନପୁର-ବିଶୋଇ ଘାଟି ରାସ୍ତା ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୩-୪ ମାସ ମଧ୍ୟରେ କାମ ଶେଷ ହେବ, ଆପଣଙ୍କ ବିଧାୟକ ଆପଣଙ୍କ କଥା ଶୁଣିଥିଲେ କି ? ଏଇଟା ହେଉଛି ନବୀନ ସରକାରଙ୍କ କାମ, ଲୋକଙ୍କ କାମ

• ମଣ୍ଡା-ଯୋକା ରାସ୍ତା, ଦିଘି-ସରସକଣା ରାସ୍ତାକାମ ଚାଲିଛି, ବାଙ୍କବାଳ ଡ୍ୟାମ୍‍ ଉନ୍ନତି ପାଇଁ ୮୦ ଲକ୍ଷ ଟଙ୍କା, ସରସକଣା ଓ କୁସୁମୀ ବ୍ଲକରେ ୨୧୨ କୋଟି ଟଙ୍କାରେ ପିଇବା ପାଣି ସୁବିଧା, ବିଞ୍ଜଦହରା ଜଳପ୍ରପାତ ପାଇଁ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି

• କୌଣସି ନେତା, କିମ୍ବା ଦଳ, କିମ୍ୱା ମନ୍ତ୍ରୀ ଆସି ଆପଣଙ୍କ ପାଖରେ କାମର ହିସାବ ଦେଇଛନ୍ତି କି ? ହିସାବ ଦେବାମାନେ ଆପଣଙ୍କୁ ସମ୍ମାନ ଜଣାଇବା

• ଅନ୍ୟମାନେ କେବଳ ଭୋଟ ପାଇଁ ଆସିବେ, ହିସାବ ଦେବେ ନାହିଁ

• ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

• ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ, ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ, ମିଶନଶକ୍ତି ମା’ମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ମିଶନଶକ୍ତି ମା’ମାନଙ୍କ ଶକ୍ତି, ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍ ବୃଦ୍ଧି ହେବ, ପୁଅ ପିଲା ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା

• ଏଥି ସହିତ ଜନଜାତି ଛାତ୍ରବୃତ୍ତି ମଧ୍ୟ ମିଳିବ, ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଡବଲ ଛାତ୍ରବୃତ୍ତି କରିଛନ୍ତି

• ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ପରିଶ୍ରମ କରୁଛନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ସୁଦାମ ବାବୁ ଓ ଦେବାଶିଷ ବାବୁଙ୍କୁ ଆଶୀର୍ବାଦ କରନ୍ତୁ

• ବିରୋଧି ଭୋଟ ପାଇଁ ଆସିବେ, ମିଠା, ମିଠା କଥା କହିବେ, ଭୋଟ ସରିଗଲେ ଖୋଜିଲେ ବି ପାଇବେ ନାହିଁ

You might also like
Leave A Reply

Your email address will not be published.