Odia news portal

ନୀଳଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ କଥା ଶୁଣି ବିରୋଧୀଙ୍କ ନିଦ ଭାଙ୍ଗିଯାଇଛି

ମୁଖ୍ୟମନ୍ତ୍ରଙ୍କୁ ଅସମ୍ମାନ କରୁଛନ୍ତି, ଗାଳିଗୁଲଜ କରୁଛନ୍ତି, ଆପଣମାନେ ଉଚିତ ଜବାବ ଦେବେ

ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଫେଲ୍ ମାରିଛି

ଦୁଇ କୋଟି ଚାକିରୀ କୁଆଡେ ଗଲା ? ଦଶ ବର୍ଷରେ ନୀଳଗିରି ଯୁବପୀଢି ପାଇଥାନ୍ତେ ଏକ ଲକ୍ଷ ଚାକିରୀ

ନିର୍ବାଚନ ଆସିଲେ ବିରୋଧୀ ମିଛ କହୁଛନ୍ତି, ଅଭିନୟ କରୁଛନ୍ତି, କାନ୍ଦୁଛନ୍ତି – ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ

ଆଦିବାସୀ ମାନଙ୍କୁ କେହି ଠକି ପାରିବେ ନାହିଁ, କାରଣ ଏବେ ନବୀନ ସରକାର

ବିକାଶର ହିସାବ ଦେଲେ
ପଞ୍ଚଲିଙ୍ଗେଶ୍ବର ମନ୍ଦିର ପାଇଁ ୧୬ କୋଟି, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ଧୂଅଁଧାର ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ସେ ବିଜେପିକୁ ତୀବ୍ର ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ମୁଖ୍ୟମନ୍ତ୍ରୀ ମୋତେ କାମର ହିସାବ ଦେବା ପାଇଁ ଆପଣଙ୍କ ପାଖକୁ ପଠାଇଛନ୍ତି । ପଞ୍ଚଲିଙ୍ଗେଶ୍ବର ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରି ନୀଳଗିରି ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଛନ୍ତି ।

ଜୁନ ୯ ତାରିଖରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ଭାଙ୍ଗିଯାଇଛି । ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଆଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଆପଣମାନେ ସେମାନଙ୍କ ଏହି ଔଦ୍ଧତ୍ୟର ଉଚିତ ଜବାବ ଦେବେ ବୋଲି ଶ୍ରୀ ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନୀଳଗିରି ଅଞ୍ଚଳରେ ଆମର ଜନଜାତି ଭାଇଭଉଣୀ ମାନେ ବହୁ ସଂଖ୍ୟାରେ ବାସ କରନ୍ତି । ଆପଣମାନଙ୍କର କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଆଜି ପର୍ଯ୍ୟନ୍ତ କେହି ଏ ବିଷୟରେ ଚିନ୍ତା କରୁ ନଥିବା ବେଳେ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ନେଇଛନ୍ତି । Speical Development Council ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯାଇନାହିଁ, ଯାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କ ପାଇଁ ଓଡିଶାରେ କରିଛନ୍ତି ।

ରାଜ୍ୟ ସରକାରଙ୍କର ଲାଭ ଯୋଜନା ସଂପର୍କରେ ଆଲୋଚନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଆପଣମାନେ ଠିକ୍‌ ଦାମ୍‌ ପାଇବେ, ଆପଣଙ୍କୁ କେହି ଠକି ପାରିବେ ନାହିଁ । କାରଣ ଏହା ନବୀନ ସରକାର।

ଦରଦାମ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ ଦାୟିତ୍ବ। ଡାଲି ଦର କମିଲା କି ? ତେଲ ଦର କମିଲା କି ? LPG ଦର କମିଲା କି ବୋଲି ଶ୍ରୀ ପାଣ୍ଡିଆନ ଜନତାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍‌ ମାରିଛି ।

ବେକାରୀ ସମସ୍ୟା ଉପରେ ଆଲୋକପାତ କରି ସେ କହିଲେ ଯେ କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ । ଦଶ ବର୍ଷରେ କୋଡିଏ କୋଟି । ଓଡିଶା ଭାଗ ପଡିଥାନ୍ତା ୮୦ ଲକ୍ଷ । ବାଲେଶ୍ବର ଭାଗ ପଡିଥାନ୍ତା ୬ ଲକ୍ଷ । ନୀଳଗିରି ଭାଗ ପଡିଥାନ୍ତା ୧ ଲକ୍ଷ । କେନ୍ଦ୍ର ସରକାରଙ୍କ ଚାକିରୀ ନୀଳଗିରିରୁ କିଏ ପାଇଲେ କି ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଯଦି ହଜାର ଲୋକ ନୀଳଗିରିରୁ ପାଇଥିବେ, ତେବେ ମୁଁ ଚାକିରୀ ଛାଡିଦେବି ବୋଲି ସେ କହିଥିଲେ । ବୁଢାବୁଢୀଙ୍କ ଭତ୍ତା ବିଷୟରେ ଆଲୋଚନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ୩୦୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ଦେଉଛି ୧୦୦୦ ଟଙ୍କା । ଏହା ହେଉଛି ନବୀନ ଇଞ୍ଜିନ ।

ତେଣୁ ନିର୍ବାଚନ ହେଲେ ଆସୁଛନ୍ତି, ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ । ସେମାନେ କଥା କଥାରେ କାନ୍ଦି ପକାଇବେ । କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ।

ବାଲେଶ୍ବର ସାଂସଦଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ବାଲେଶ୍ବର ସାଂସଦ ୧୦ ବର୍ଷ ସାଂସଦ ରହିଲେ, କେନ୍ଦ୍ରମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। Central University ହେଉ, ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ । ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ । ସେ ଲୋକଙ୍କର ସୁଖଦୁଃଖ ଠାରୁ ଦୂରରେ ଥିଲେ । କିନ୍ତୁ ବର୍ତ୍ତମାନ ବିଜୁ ଜନତା ଦଳର ନୀଳଗିରି ବିଧାନସଭା ପ୍ରାର୍ଥୀ ସୁକାନ୍ତ ବାବୁ ବିଜେପି ଦଳରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଏ ଅଞ୍ଚଳର ଲୋକଙ୍କ ପାଇଁ କାମ କରନ୍ତି ।

ଶେଷରେ ଶ୍ରୀ ପାଣ୍ଡିଆନ ଜୁନ ପହିଲା ଦିନ ବହୁ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

You might also like
Leave A Reply

Your email address will not be published.