Odia news portal

ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ୍ : ଓଡ଼ିଶା ଦଳର ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍

ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦ ଠାରେ ଆୟୋଜିତ ୨୯ତମ ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ ଚାମ୍ପିଅନସିପ୍‌ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଓଡ଼ିଶା ୬ ରନ୍‌ରେ ଉତ୍ତର ପ୍ରଦେଶ ନିକଟରୁ ହାରି ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍ କରିଥିଲା।

ପୂର୍ବରୁ ଦଳ ପ୍ରଥମ ମ୍ୟାଚ୍ ଡାମନଡୀଉକୁ ୭୯ରନ୍‌ରେ ପରାସ୍ତ କରିଥିବାବେଳେ ଦ୍ଵିତୀୟ ମ୍ୟାଚ୍ ମୁମ୍ବାଇକୁ ୫୨ରନ୍‌ରେ, ପ୍ରି-କ୍ୱାର୍ଟର ଫାଇନାଲରେ ସିବିଏସ୍‌ଇକୁ ୩୨ରନ୍‌ରେ, କ୍ୱାର୍ଟର ଫାଇନାଲ୍‌ରେ ଗୁଜରାଟକୁ ୪୬ରନ୍‌ରେ ଏବଂ ସେମି ଫାଇନାଲରେ ପୂର୍ବାଞ୍ଚଳକୁ ୫୦ ରନ୍‌ରେ ପରାଜିତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ଚାମ୍ପିଅନସିପ୍‌ରେ ମୋଟ ୩୦ଟି ରାଜ୍ୟ ଦଳ ଭାଗ ନେଇଥିଲେ ।

ଏହି ସଫଳତା ଲାଗି ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିତ୍କଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ଯୁଗ୍ମ ସମ୍ପାଦକ ସୋମନାଥ ପରିଡ଼ା, ଓଡ଼ିଶା ଦଳର ମୁଖ୍ୟ କୋଚ ଚକ୍ରଧର ମାଝି, ସଞ୍ଜୟ ବିଶୋୟୀ ପ୍ରମୁଖ ଓଡ଼ିଶା ଦଳର ଖେଳାଳି, କୋଚ୍ ରଞ୍ଜନ ନାୟକ ଏବଂ ମ୍ୟାନେଜର ଟି ଦିଲେଶ୍ୱର ରାଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

You might also like
Leave A Reply

Your email address will not be published.