Odia news portal

ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ

ପୂର୍ବତନ ବିଜେପି ସଭାପତି ବି ଗୁଣ୍ଡାଙ୍କୁ ସୁରକ୍ଷା ଦେବା ଆଶ୍ଚର୍ଯ୍ୟଜନକ
ବିଜେପି କର୍ମୀଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ଜଗଦେବ
ଇଭିଏମ୍ ଭାଙ୍ଗି ସାଂସଦଙ୍କ ସହ ଫେରାର ବେଳେ ଜଗଦେବଙ୍କୁ ଧରିଥିଲା ପୁଲିସ୍
ବିଜେପିର ଏଭଳି ଆଚରଣ ପାଇଁ ବାରମ୍ୱାର ପ୍ରତ୍ୟାଖାନ କରୁଛନ୍ତି ଓଡିଶାବାସୀ

ଭୁବନେଶ୍ୱର : ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧୀ ଓ ଗୁଣ୍ଡାଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ବିଜେପି ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ । ବିଜେପିର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଇପ୍ସିତା ସାହୁ ।

ଶ୍ରୀମତୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀ ସମୀର ମହାନ୍ତି ଲଜ୍ଜିତ ହେବା କଥା ଯେ ସେ ସେହି ବ୍ୟକ୍ତି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ରକ୍ଷା କରୁଛନ୍ତି ଯିଏ ମଦ୍ୟପାନ କରି ନିଜ କାର୍‌ରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା ।

ଏହା ପୂର୍ବରୁ ଶ୍ରୀ ଜଗଦେବ ଖୋର୍ଦ୍ଧାର ଜଣେ ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିଲେ । ଶ୍ରୀ ପ୍ରଶାନ୍ତ ଜଗଦେବ ଓ ତାଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି କେବଳ ଇଭିଏମ୍ ଭାଙ୍ଗିନଥିଲେ ବରଂ ଦୁଇ ଦିନ ତଳେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତାଙ୍କ ସହ ଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ସେ ସେଠାରୁ ଫେରାର୍ ହେଉଥିଲେ ।

ଯେଉଁମାନେ ସେହି ସମୟରେ ଧାଡ଼ିରେ ଥିଲେ ଏବଂ ଶ୍ରୀ ଜଗଦେବ ତାଙ୍କୁ ପଛକୁ ଠେଲି ଦେଇଥିବା ଦେଖିଛନ୍ତି । କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛି ଓଡିଶା ବିଜେପି ? ଆମେ ଆଶା କରୁଛୁ ଯେ ଓଡ଼ିଶା ବିଜେପିର କିଛି ଲଜ୍ଜା ରହିବ ଏବଂ ଶ୍ରୀ ଜଗଦେବଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀ, ଠକ ଓ ଗୁଣ୍ଡାଙ୍କୁ ରକ୍ଷା କରିବାକୁ ଆସିବ ନାହିଁ ।

ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ବିଜେପିରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କହିବା ଉଚିତ । ଓଡ଼ିଶା ବିଜେପିର ଏଭଳି ନିମ୍ନସ୍ତରୀୟ ରାଜନୀତି ଯୋଗୁଁ ଲୋକମାନେ ସେମାନଙ୍କୁ ବାରମ୍ୱାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

You might also like
Leave A Reply

Your email address will not be published.