Odia news portal

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• କେନ୍ଦ୍ରାପଡ଼ାରୁ ମୁଁ ଜଣକୁ ୧୦ ବର୍ଷ ସାଂସଦ କରିଥିଲି, ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ

• କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ

• ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

• ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ

• ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ, ବହୁତ ଭଲ

• ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ, ବିଜୁ ଜନତା ସରକାର ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ

• ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ

• ବିଜେପି ଯେତେ ବଡ଼ ବଡ଼ ନେତା ବାହାରୁ ଆଣନ୍ତୁ କିଛି ହେବନାହିଁ କେନ୍ଦ୍ରାପଡ଼ାରେ – ଶ୍ରୀ ପାଣ୍ଡିଆନ

• ଭାରତବର୍ଷର ସବୁଠୁ ଅଧିକ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ପାଇଁ ଲାଗିପଡ଼ି ଆଣିଛନ୍ତି

• ଏଥିପାଇଁ ଜାପାନର ନିପନ କମ୍ପାନୀ ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ

• ସିଙ୍ଗାପୁରରୁ ଜାପାନ ଯିବା ସମୟରେ ଭଲ ସିଟ୍‍ ମିଳି ନ ଥିଲା ବିମାନରେ, ପରେ ଯିବା ପାଇଁ କହିଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇନଥିଲେ, ଯେହେତୁ ନିପନ ଗ୍ରୁପ୍‍ ସହିତ appointment ଥିଲା, ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ଜାକି କରି ଯାଇଥିଲେ, ଜାପାନରେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିବେ

• ଏଥିରୁ ଆପଣ ଜାଣନ୍ତୁ କେନ୍ଦ୍ରାପଡ଼ା ପ୍ରତି ତାଙ୍କର କେତେ ପ୍ରତିବଦ୍ଧତା

• ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀକୁ ୨ ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପଠାଇଥିଲେ

• ସାଂସଦ ହେବା ଆଗରୁ ତାଙ୍କର ପାରିବାରିକ କମ୍ପାନୀର ସ୍ଥିତି କଣ ଥିଲା ?

• ସାଂସଦ ହେବା ପରେ ତାଙ୍କ କମ୍ପାନୀର ବହୁତ ଲାଭ ହୋଇଛି

• ସାଂସଦ ହେବା ପରେ ସେ ନିଜ ପାଇଁ ଲାଗିଲେ ଓ ନିଜ କମ୍ପାନୀର ଲାଭ ପାଇଁ ଲାଗିଲେ

• କମ୍ପାନୀ ପାଇଁ ରେଲୱେ ସାଇଡ଼ିଂ ଆଣିଲେ କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ

• ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନୀର ହକାର ହଜାର କୋଟି ଟଙ୍କା ର ଲୋନ ଛାଡ଼୍‍ କଲେ

• ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବାପାଇଁ, କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେହିଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ,

• ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ, ଏପରିକି ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ତାଙ୍କ ଦେହ ଖରାପ ବିଷୟରେ ପଚାରିଥିଲେ, ସମସ୍ତେ କହିଥିଲେ ଯେ ଆମକୁ ବୈଜୟନ୍ତ ପଣ୍ଡା ଆପଣଙ୍କ ଦେହ ଖରାପ ବିଷୟରେ କହିଛନ୍ତି, ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ

• ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍‍,

• ଏଥିରୁ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି, ଏଭଳି ଲୋକଙ୍କୁ ଆପଣ ଭୋଟ ଦେବେ କି ?

• ବିଜୁବାବୁଙ୍କ କର୍ମଭୂମି ଥିଲା ଏହି କେନ୍ଦ୍ରାପଡ଼ା ମାଟି, କେନ୍ଦ୍ରାପଡ଼ାର ବିକାଶ ପାଇଁ ସେ ବହୁତ କାମ କରିଥିଲେ
ବିଜୁ ବାବୁ ତାଙ୍କର ସବୁ କିଛି ଛାଡି ରାଜନୀତି କୁ ଆସିଥିଲେ ଓଡିଶା ମା ର ସେବା କରିବା ପାଇଁ
କିନ୍ତୁ ବୈଜୟନ୍ତ ରାଜନୀତି ରେ ଯୋଗ ଦେଇଛନ୍ତି ନିଜ ସମ୍ପତ୍ତି ବୃଦ୍ଧି କରିବା ପାଇଁ.

• ବାହାରୁ ବଡ଼ ବଡ଼ ନେତା ଆସିବେ ମିଛ କଥା କହିବେ, ଅପପ୍ରଚାର କରିବେ, ସେମାନଙ୍କ କୁମ୍ଭୀର କାନ୍ଦଣାର ଆପଣମାନେ ଉଚିତ ଜବାବ୍‍ ଦିଅନ୍ତୁ

• ଆପଣମାନଙ୍କ ଓ ବଳଦେବଜୀଉଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ

• ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼୍‍ କରିବେ

• ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ

• ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ୍‍ ସୁବିଧା ଦେବେ, କେନ୍ଦ୍ରାପଡ଼ା ମିଶନଶକ୍ତି ଫେଡେରେସନ ବହୁତ ଭଲ କାମ କରୁଛି

• ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କୁ ସଂଶୋଧିତ ନୂଆ-ଓ ସ୍କଲାରସିପ୍‍ ଦେବେ, ଝିଅ ପାଇବେ ୧୪ ହଜାର, ପୁଅ ପାଇବେ ୧୨ ହଜାର ଟଙ୍କା

• ଯେତେ ବାହାର ନେତା ଆସି ଅପପ୍ରଚାର କଲେ ସେମାନେ ଜିତିବେ କି ?

You might also like
Leave A Reply

Your email address will not be published.