Odia news portal

ବାପା ମାଙ୍କ ଋଣ ସୁଝିଲା ୨୧ ମାସର ପୁଅ

ଭୁବନେଶ୍ୱର: ଦୁନିଆ କଣ ଜାଣିବା ଆଗରୁ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ପ୍ରତ୍ୟୁଷ ପାଣିଗ୍ରାହୀ । ମାତ୍ର ୧ ବର୍ଷ ଆଉ ୯ ମାସ ବୟସରେ ତିନି ତିନିଟି ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ପ୍ରତ୍ୟୁଷ ପାଣିଗ୍ରାହୀ ଓ ତାଙ୍କ ପିତା ମାତା । ଗୋଟେ ବର୍ଷ ଆଉ ୯ ମାସର ପୁଅକୁ ହରାଇବା ଦୁଃଖରେ ଭାଙ୍ଗିନପଡ଼ି ପୁଅର ଅଙ୍ଗ ଦାନ ପାଇଁ ନିଷ୍ପତି ନେଇଛନ୍ତି ପିତା ଗୌରି ଶଙ୍କର ପାଣିଗ୍ରାହୀ ଓ ମା ଶର୍ମିଷ୍ଠା ପାଣିଗ୍ରାହୀ । ପ୍ରତ୍ୟୁଷ ଭୁବନେଶ୍ୱର ସମ ହସ୍ପିଟାଲରେ ଜନ୍ମ ନେଇଥିଲେ । ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଆଜି ତାଙ୍କର ବ୍ରେନ ଡେଡ ଘୋଷଣା କଲେ ଡାକ୍ତର । ଆଉ ପୁଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପୁଅର ହାର୍ଟ ଓ ଲିଭର ଦାନ କରିଛନ୍ତି । ପୁଅ ତ ରହିଲାନି ତାର ଅଙ୍ଗ ଆଉ କେଉଁ ଶିଶୁ ପାଖରେ ଲାଗିଲେ ସେ ଜୀବନ୍ତ ଥିବା କଥା ଧରିନେବୁ ବୋଲି କହିଛନ୍ତି ପ୍ରତ୍ୟୁଷଙ୍କ ବାପା ଓ ମାଆ ।

୧ ବର୍ଷ ଆଉ ୯ ମାସ ର ଶିଶୁ ପୁତ୍ର ପ୍ରତ୍ୟୁଷ ପାଣିଗ୍ରାହୀ ନିଜ ଜୀବନର ପ୍ରାୟ ଦେଢବର୍ଷ ହସପିଟାଲ ବେଡ ରେ କାଟିଦେଲେ । ଶେଷ ଥର ପାଇଁ ବେଡ଼ରେ ବାପାଙ୍କ ସହିତ ହସି ହସି ବାପା ଡାକୁଥିଲା । ମାଆ ଙ୍କ ଫୋନ ରେ ରିଲ୍ସ ମଧ୍ୟ କରୁଥିଲା । ଆଉ ଦେଖୁ ଦେଖୁ ବ୍ରେନ୍ ଦେଡ ଯୋଗୁ ମୃତ୍ୟୁ ହୋଇଥିବା ଡ଼ାକ୍ତର ଘୋଷଣା କରିଥିଲେ । ପ୍ରତ୍ୟୁଷଙ୍କ ମୃତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଓ କିଡନୀ ଦାନ କରିଛନ୍ତି ପ୍ରତ୍ୟୁଷ ର ପରିବାର । ଛାତିକୁ ପଥର କରି ନିଜ ମୃତ ପୁଅର ଅଙ୍ଗଦାନ କରିଛନ୍ତି ପିତା ଗୌରି ଶଙ୍କର ପାଣିଗ୍ରାହୀ ଓ ମା ଶର୍ମିଷ୍ଠା ପାଣିଗ୍ରାହୀ । ଏହାପରେ ସମ ହସ୍ପିଟାଲରେ ପହଂଚିଥିଲେ ଚେନ୍ନାଇର ଓ ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଟିମ । ଏବେ ସଫଳ ଅଙ୍ଗଦାନ ସରିବା ପରେ ପ୍ରତ୍ୟୁଷଙ୍କ ହାର୍ଟ ଓ ଲିଭର ପ୍ରତିରୋପଣ ପାଇଁ ଯାଇଛି । ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ଲାଗିବ ପ୍ରତ୍ୟୁଷ ର ହାର୍ଟ ସେହିଭଳି ନୂଆଦିଲ୍ଲୀର ILBS ହସ୍ପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ପ୍ରତିରୋପଣ ହେବ ଲିଭର ସେହିଭଳି ହାଇଦ୍ରାବାଦ ଆପୋଲୋ ହସ୍ପିଟାଲ ରେ ଜଣେ ଶିଶୁଙ୍କ ଶରୀରରେ ଲାଗିବ କିଡନୀ । ଭୁବନେଶ୍ୱର ସମ ହସ୍ପିଟାଲରେ ଗ୍ରୀନ କରିଡର ହୋଇ ଭୁବନେଶ୍ୱର ବିମାନ ବନ୍ଦର ଯାଇଛି ଅଙ୍ଗ ।

ଦୁନିଆରେ ବଞ୍ଚିବା ପୂର୍ବରୁ ଜୀବନ ସିନା ହରିଦେଲା ପ୍ରତ୍ୟୁଷ ପାଣିଗ୍ରାହୀ , ହେଲେ ଦେଇଗଲା ୩ ନୂଆ ଜୀବନ । ଆସନ୍ତା କାଲି ପ୍ରତୁଷଙ୍କ ମୃତଦେହ ହସପିଟାଲରୁ ବାହାରିବା ବେଳେ ହସପିଟାଲ ପରିସରରେ ତାଙ୍କୁ ଗାର୍ଡ ଅଫ୍ ହନର ଦିଆଯିବ । ସେହିଭଳି ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଜିଲ୍ଲା ଦେବେନ୍ଦ୍ରପୁର ଗ୍ରାମରେ ଗାର୍ଡ ଅଫ୍ ହନର ଦିଆଯିବ ।

You might also like
Leave A Reply

Your email address will not be published.