Odia news portal

ମୋର ଭରସା ଅଛି ଉତ୍ତରବାସୀ ଆଶୀର୍ବାଦ କରିବେ : ସୁଶାନ୍ତ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଧୂଆଁଧାର ପ୍ରଚାର କରିଛନ୍ତି । କୌଣସି ରୋଡ ସୋ, ଶୋଭାଯାତ୍ରା କିମ୍ବା ସମାବେଶ ନକରି ସିଧା ସଳଖ ଲୋକମାନଙ୍କ ପାଖରେ ପହଞ୍ଚି ୱାର୍ଡ ଓ ପଞ୍ଚାୟତରେ ବୈଠକ କରି ପଦରେ ଚାଲିଚାଲି ଭୋଟ ମାଗିଛନ୍ତି । ସେ କହିଛନ୍ତି ବିଧାୟକ ଭାବେ ଦାୟିତ୍ୱ ନେବା ଦିନ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଜନହିତକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ଆହୁରି ଅନେକ କାର୍ଯ୍ୟ କରିବାକୁ ବାକିି ରହିଛି । ଏହି ନିର୍ବାଚନ ମଣ୍ଡଳୀକୁ ଆଗାମୀ ପାଞ୍ଚବର୍ଷରେ ୧ ନଂ କରିବାକୁ ଲକ୍ଷ ରହିଛି । ଦୀର୍ଘ ପାଞ୍ଚବର୍ଷ କାଳ ଲୋକଙ୍କ ସୁଖରେ ଦୁଃଖରେ ଠିଆ ହୋଇ ସେବା କରିଛି । ମୋର ଆଶା, ବିଶ୍ୱାସ ଓ ଭରସା ରହିଛି ଉତ୍ତରବାସୀ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ । ଆଗାମୀ ୨୫ ତାରିଖ ଦିନ ଦୁଇଟି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ।

You might also like
Leave A Reply

Your email address will not be published.