Odia news portal

ଶେଷ ଦିନରେ ପ୍ରିୟଦର୍ଶୀଙ୍କ ଦମଦାର ପ୍ରଚାର

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଦମଦାର ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୩ ନଂ ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି । ପଟିଆ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଥିଲେ । ଦଳୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ପଟିଆ ଗାଁ ଓ ଡମଣା ଗାଁ ବୁଲି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଗାଁର ପ୍ରତି ସାହିରେ ବରିଷ୍ଠ ନାଗରିକ, ମହିଳା ଓ ଯୁବକମାନେ ପ୍ରିୟଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ବିଜୟୀ ଆଶୀର୍ବାଦ ପ୍ରଦାନ କରିଥିଲେ । ଓଡିଶାରେ ପରିବର୍ତ୍ତନର ବାହା ବହୁଛି ।

ଏଥର ଲୋକମାନେ ୨୫ ବର୍ଷର ଅପାରଗ ସରକାରକୁ ପରିବର୍ତ୍ତନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ, ବିକଶିତ ସରକାରକୁ ଆଣିବାକୁ ଚାହୁଁଛନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ସହିତ ଓଡିଶାରେ ବିଜେପି ସରକାର ଗଠନ କରିବ । ଏବଂ ଉତ୍ତରରେ ଲୋକମାନେ ଯେଉଁ ଭଳି ଭଲ ପାଇବା, ସମର୍ଥନ ଓ ଆଶୀର୍ବାଦ ଦେଉଛନ୍ତି ଏଠି ନିଶ୍ଚୟ ପଦ୍ମ ଫୁଟିବ ବିଜେପି ବାଜିମାତ କରିବ ବୋଲି ଶ୍ରୀଯୁକ୍ତ ମିଶ୍ର କହିଥିଲେ । ଆଗାମୀ ୨୫ ତାରିଖ ଦିନ ନିର୍ବାଚନରେ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ସମସ୍ତ ଉତ୍ତରବାସୀଙ୍କୁ ଅନୁରୋଧ କରିଥିଲେ ।

You might also like
Leave A Reply

Your email address will not be published.