Odia news portal

ପ୍ରୀତିଜ୍ୟୋତ୍ସ୍ନାଙ୍କ ଘରକୁ ଘର ବୁଲି ପ୍ରଚାର

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଦୁଇଦିନ ପ୍ରଚାର ବାକି ଥିଲାବେଳେ ପ୍ରାଣ ପଣ ଦେଇ ପାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ପ୍ରଚାର କରୁଛନ୍ତି । ଆଜି ସମୃଦ୍ଧ ଓଡିଶା ପ୍ରାର୍ଥୀନୀ ପ୍ରୀତିଜ୍ୟୋତ୍ସ୍ନା ନାଥ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରିଛନ୍ତି ।

ପୂର୍ବାହ୍ନରେ କେଶୁରାରୁ ପ୍ରଚାର ଆରମ୍ଭ କରି କଲୋନୀ ଓ ଘରକୁ ଘର ବୁଲି ଲୋକମାନଙ୍କୁ ଭେଟି ଅଶୀର୍ବାଦ ଗ୍ରହଣ କରିଥିଲେ । ମଧ୍ୟାହ୍ନରେ ଭୁବନେଶ୍ୱର କୋର୍ଟରେ ନିଜର ସହକର୍ମୀ ମାନଙ୍କୁ ଭେଟି ଟର୍ଚ୍ଚ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଥିଲେ ।

ଜନସାଧାରଣଙ୍କୁ ସମୃଦ୍ଧ ଓଡିଶା ଦଳର ପ୍ରତିଶୃତି ଯଥା ପ୍ରତି ପରିବାରର ସର୍ବନିମ୍ନ ମାସିକ ଆୟ ୨୦ ହଜାର ଟଙ୍କାରୁ ଅଧିକ, ଏକ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି / ଆତ୍ମ ନିଯୁକ୍ତି, ଏକ କୋଟି ଜମିରେ ଅତିରିକ୍ତ ଜଳ ସେଚନ ଓ ଯୁବ ପିଢି, ମହିଳା, ଚାଷୀ, ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସବୁ ଗୋ ୀର ରୋଜଗାର, ସ୍ୱାସ୍ଥ୍ୟ, ଶିକ୍ଷାରେ ଅସମ୍ଭବ ଉନ୍ନତି, ସମ୍ପୂର୍ଣ୍ଣ ମଦ ବନ୍ଦ ଓ ଦାଦନ ମୁକ୍ତ ସମାଜ ଗଠନ ସମ୍ବଦ୍ଧରେ କହିଥିଲେ ।

ଏବଂ ଜିତିକି ଆସିଲେ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପରିବାରର ସାମଗ୍ରିକ ବିକାଶ ଓ ଅରାଜକତା, ଦୁର୍ନୀତି ହଟାଇ ଏକ ସଶକ୍ତ ଏବଂ ସମୃଦ୍ଧ ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ପ୍ରତିଶୃତି ଦେଇଥିଲେ ।

You might also like
Leave A Reply

Your email address will not be published.