ତ୍ରୈଲୋକ୍ୟନାଥ ରାଉତ ଜଟଣୀ ନିର୍ବାଚନମଣ୍ଡଳୀ ଵିଜେଡି ସଂଯୋଜକ
ଭୁବନେଶ୍ବର : ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ତ୍ରୈଲୋକ୍ୟ ନାଥ ରାଉତ ଜଟଣୀ ନିର୍ବାଚନମଣ୍ଡଳୀର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।
ତାଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି | ଭୁବନେଶ୍ବର ଓ ଜଟଣୀ ନିର୍ବାଚନମଣ୍ଡଳୀର ଯୁବ ଓ ଛାତ୍ର ଗୋଷ୍ଠୀ ରାଉତଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ରାଉତ ପୂର୍ବରୁ ଛାତ୍ର ଓ ଯୁବ ବିଜେଡିର ବିଭିନ୍ନ ଦାୟିତ୍ଵରେ ରହିବା ସହ ନିର୍ବାଚନ ପରିଚାଳନାରେ ତାଙ୍କର ଦକ୍ଷତା ରହିଛି। ଜଟଣୀ ନିର୍ବାଚନମଣ୍ଡଳୀରେ ବିଜେଡିକୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।