Odia news portal

ପଥଚାରୀଙ୍କ ପାଇଁ ଦହିପଣା ବଣ୍ଟନ କଲେ ଅଲ୍ ଓଡିଶା ମିନି ଟ୍ରକ ମାଲିକ ମହାସଂଘ

କଟକ : ଜୀବନ ବଞ୍ଚାଉଛି ଦହିପାଣି, ସାରା ଓଡ଼ିଶା ଏବେ ପ୍ରଚଣ୍ଡ ସୂର୍ଯ୍ୟ ତାପରେ କଲବଲ ହେଉଛି । ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି । ଆଉ ଯେ କେହି ବି ବାହାରୁଛନ୍ତି କିପରି ବାହାରକୁ ଯିବେ ସେନେଇ ଚିନ୍ତାରେ ପଡୁଛନ୍ତି । ହେଲେ ଏହାରି ଭିତରେ ଦୁଃଖର ସାଥି ବନିଛନ୍ତି ଅଲ୍ ଓଡ଼ିଶା ମିନି ଟ୍ରକ ମାଲିକ ମହାସଂଘ । ଖୋର୍ଦ୍ଧା ଠାରୁ କଟକ ଟାଙ୍ଗୀ ଟୋଲ ପ୍ଲାଜା ପର୍ଯ୍ୟନ୍ତ ଭ୍ରାମ୍ୟମାଣ ପାନୀୟ ଜଳ ସେବା ଭଳି ଏକ ଅଭିନଵ ଏବଂ ମହତ କାର୍ଯ୍ୟ ଚାଲୁଅଛି ।

ସେହି ଭ୍ରାମ୍ୟମାଣ ପାନୀୟ ଜଳ ସେବା ଆଜି କଟକ ସଦର ଥାନା ପାଖ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ଅଫିସ ପାଖରୁ ବାହାରି ଗୋପାଳପୁର ମା ତାରିଣୀ ମନ୍ଦିର ପାଖରେ ବଣ୍ଟନ ପରେ ଲିଙ୍କରୋଡ ଟ୍ରାଫିକ ଛକ ପରେପରେ ଜଗତପୁର ଗୋଳେଇଛକ ନିକଟରେ ପାଖାପାଖି ଦେଢ଼ ହାଜର ଲୋକମାନଙ୍କୁ ଜଳ ସେବା ପରେ ଟାଙ୍ଗୀ ଟୋଲ ପ୍ଲାଜା ନିକଟରେ ପ୍ରାୟ ସାତଶହ ଲୋକଙ୍କୁ ଜଳ ସେବା କରିଥିଲେ | ଉକ୍ତ ମହତ କାର୍ଯ୍ୟକ୍ରମରେ ଅଲ ଓଡ଼ିଆ ମିନିଟ୍ରକ ମାଲିକ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ ରଣା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ସାହୁ, ସହ ସମ୍ପାଦକ ରାଜୀବ ପରିଡା,

ଉପସଭାପତି ଉମେଶ ସାହୁ,ଉମାକାନ୍ତ ପାଣି, ରାକେଶ ସିନ୍ହା, ଅରୁଣ ଦାସ, ଭାସ୍କର ମହାରଣା, ମୁନୁ ନାୟକ, ନିଶିକାନ୍ତ ସାମଲ, ବିକାଶ ସାହାଣୀ, ଜଗନ୍ନାଥ ସାହୁଙ୍କ ସମେତ ବହୁତ ବରିଷ୍ଟ ସଦସ୍ୟମାନେ ଉପସ୍ଥିତ ରହି ଉକ୍ତ ଜନ ମଙ୍ଗଳ କାର୍ଯ୍ୟ ସମ୍ପର୍ଣ୍ଣ କରିବା ସହିତ ଆଗକୁ ଏମିତି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଇଥିଲେ |

You might also like
Leave A Reply

Your email address will not be published.