Odia news portal

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ବିଶାଳ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସକାଳ ୯ଟା ସମୟରେ ରଘୁନାଥପୁରର ନନ୍ଦନକାନନ ଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁ ଜଗନ୍ନାଥ, ବଳଭଦ୍ର , ମା ସୁଭଦ୍ରାଙ୍କ ଦର୍ଶନ ସାରି ଦଳୀୟ କର୍ମୀ, ସମର୍ଥକ, ଶୁଭେଚ୍ଛୁ ମାନଙ୍କ ଗହଣରେ ଖୋଲା ଜିପରେ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ଶୋଭାଯାତ୍ରରେ ହଜାର ହଜାର ସଂଖାରେ ବାଇକ, ଅଟୋ, କାର, ବସ ଇତ୍ୟାଦିରେ ସମର୍ଥକ ମାନେ ଖୁନ୍ଦି ହୋଇ ରହିଥିଲେ । ବିଭିନ୍ନ ଆତସବାଜି, ଡିଜେ ଧୁନ୍ ଓ ଜୟ ଶ୍ରୀ ରାମ ନାରାରେ ସମଗ୍ର ଉତ୍ତର ନିର୍ବାଚନ ମଣ୍ଡଳୀ ପ୍ରକମ୍ପିତ ହୋଇଥିଲା ।

ବିଭିନ୍ନ ଛକ ମାନଙ୍କରେ ମହିଳାମାନେ ଏକତ୍ରିତ ହୋଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପ ବର୍ଷା କରି ବିଜୟୀ ଆଶୀର୍ବାଦ ପ୍ରଦାନ କରିଥିଲେ । ଉତ୍ତର ଭୁବନେଶ୍ୱର ରାସ୍ତା ଗେରୁଆ ମୟ ହୋଇ ଯାଇଥିଲା । ଏହି ଶୋଭାଯାତ୍ରା ନନ୍ଦନକାନନ ଠାରୁ ବାହାରି ପଟିଆ ଛକ, ଡମଣା ଛକ, ନାଲକୋ ଛକ, ଜୟଦେବ ବିହାର, ଶାସ୍ତ୍ରୀନଗର, ରାମମନ୍ଦିର ହୋଇ ବିଜେପି କାଯ୍ୟାଳୟ ଠାରେ ପହଞ୍ଚି ଥିଲା । ସେଠାରେ ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ପ୍ରିୟଦର୍ଶୀଙ୍କୁ ଅଶୀର୍ବାଦ ପ୍ରଦାନ କରିଥିଲେ । ପରେ ସେଠାରୁ ପ୍ରିୟଦର୍ଶୀ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୂଖେ ଯାତ୍ରା କରିଥିଲେ । କଳ୍ପନା ଛକରୁ ନିଜର ସମର୍ଥକ ମାନଙ୍କ ସହିତ ପଦଯାତ୍ରାରେ ଯାଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ କହିଥିଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭାରତ ବିକାଶ ଧାରା ଜନସାଧାରଣଙ୍କୁ ଆପ୍ରାଣିତ କରିଛି ।

ଭାରତ ସାରା ବିଜେପିକୁ ଅଦ୍‌ଭୁତପୂର୍ବ ସମର୍ଥନ ମିଳୁଛି । ଓଡିଶାରେ ମଧ୍ୟ ପରିର୍ବନର ବାହା ବହୁଛି । ଏଥର ଓଡିଶାରେ ବିଜେପି ସରକାର ଗଠନ କରିବ । ଉତ୍ତର ନିର୍ବାଚନ ମଣ୍ଡଳୀର ସମ୍ପୁର୍ଣ୍ଣ ବିକାଶ ପାଇଁ ମୁଁ କାର୍ଯ୍ୟ କରୁଥିଲି ଏବଂ ଆଗକୁ ମଧ୍ୟ କରିବି । ଏଥର ଲୋକମାନେ ମୋତେ ନିଶ୍ଚିତ ସେବା କରିବାର ସୁଯୋଗ ଦେବେ ବୋଲି ମୋର ଆଶା ଭରସା ରହିଛି । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀନୀ ଅପରାଜିତା ଷଡଙ୍ଗୀ, ସମସ୍ତ ବିଜେପି କର୍ପୋରେଟର, ମଣ୍ଡଳ ସଭାପତି, ସମ୍ପାଦକ, କର୍ମକର୍ତ୍ତା, ନେତୃମଣ୍ଡଳୀ, ମହିଳା, ଯୁବ ଓ ଛାତ୍ରମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.