Odia news portal

ରାଜଧାନୀରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ

ଭୁବନେଶ୍ୱର : ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍‌ଜି (ମୋରିସ୍ ଗ୍ୟାରେଜେସ୍‌) ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ ରାଜ୍ୟକୁ କଭର୍ କରିବା ପରେ ସ୍ମାର୍ଟ ଓ ସଷ୍ଟେନେବୁଲ ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ଡ୍ରାଇଭ୍ ଆଜି ଭୁବନେଶ୍ୱରରେ ପହଂଚିଛି । ଏହି ପଦକ୍ଷେପର ପ୍ରାଥମିକ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଭଳି ସହରରେ ଏକ ସ୍ଥାୟୀ, ବ୍ୟବହାରିକ ଓ ମୂଲ୍ୟସାପେକ୍ଷ ଯାତାୟତ ସମାଧାନ ଭାବେ ଇଲେକ୍‌ଟ୍ରିକ ଯାନ (ଇଭି)ଗୁଡିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ଏମ୍‌ଜି ମୋଟର ଇଣ୍ଡିଆ ୧୯.୯୮ ଲକ୍ଷ ଟଙ୍କାର ଏକ ଆକର୍ଷଣୀୟ ମୂଲ୍ୟରେ ଡୁଆଲ ପାନୋରାମିକ ସ୍କାଏ ରୁଫ୍ ସହିତ ଏହାର ଫ୍ଲାଗ୍‌ସିପ ଇଭି- ଏମ୍‌ଜି ଜେଡ୍‌ଏସ୍‌ର ଏକ ନୂଆ ଭାରିଆଂଟ୍ ‘ଏକ୍ସାଇଟ ପ୍ରୋ’ ଏବଂ ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପ ସହିତ ଏମ୍‌ଜି କୋମେଟ୍ ନେଇଆଣି ଇଭିଗୁଡିକ ପ୍ରତି ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି । ସ୍ମାର୍ଟ ଇଭି- ଏମ୍‌ଜି କୋମେଟ୍‌ର ରେଞ୍ଜ ୬.୯୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ୫ଟି ଭିନ୍ନ ଭିନ୍ନ ଭାରିଆଂଟ୍ ଯଥା ଏକ୍ସକ୍ଲୁସିଭ, ଏକ୍ସକ୍ଲୁସିଭ ଏଫ୍‌ସି, ଏକ୍ସାଇଟ୍‌, ଏକ୍ସାଇଟ୍ ଏଫ୍‌ସି ଓ ଏକ୍‌ଜିକ୍ୟୁଟିଭ୍ ଆଦିରେ ଉପଲବ୍ଧ ହେଉଛି ।

କୋମେଟ ଇଭିର ବ୍ୟବହାରିକ ଓ ସ୍ମାର୍ଟ ଡିଜାଇନ (ଭିତରେ ବଡ ଓ ବାହାରେ କମ୍ପାକ୍ଟ), ଏହାକୁ ଚାଳନା, ନିୟନ୍ତ୍ରଣ ଓ ଗହଳିପୂର୍ଣ୍ଣ ସ୍ଥାନଗୁଡିକର ପାର୍କ କରିବାକୁ ସହଜ କରୁଛି, ଯାହା ଏହାକୁ ଏକ ଉପଯୁକ୍ତ ସିଟି କାର୍‌ରେ ପରିଣତ କରୁଛି । ଏହା ଆଇ-ସ୍ମାର୍ଟ ଇନ୍‌ଫୋଟେନ୍‌ମେଂଟ୍ ସହିତ ସୁସଜ୍ଜିତ ହୋଇଆସୁଛି, ଯାହା ୫୫ରୁ ଅଧିକ କନେକ୍ଟେଡ ଫିଚର ପ୍ରଦାନ କରୁଛି ଯେଉଁଥିରେ ଏସି ଷ୍ଟାର୍ଟ, ଲକ୍‌, ଅନ୍‌ଲକ୍ ଓ ଷ୍ଟାଟସ ଚେକ୍ ଭଳି ରିମୋଟ ଭେଇକିଲ ଫଙ୍କ୍‌ଶନ ସମେତ ଲାଇଭ ଲୋକେଶନ ସେୟାରିଂ ଓ ଟ୍ରାକିଙ୍ଗ୍ ଆଦି ସାମିଲ ରହିଛି । ଏହା ଇଭିକୁ ନିୟନ୍ତ୍ରଣ କରିବା ପାଇଁ ୧୦୦ରୁ ଅଧିକ ଭଏସ୍ କମାଣ୍ଡ ପ୍ରଦାନ କରୁଛି ଯେଉଁଥିରେ ୩୫ରୁ ଅଧିକ ହିଂଲିଶ କମାଣ୍ଡ ସାମିଲ ରହିଛି । କୋମେଟ୍ ଏକାଧିକ ସୁରକ୍ଷା ଓ ଅତ୍ୟାଧୁନିକ ଫିଚର ଯେପରିକି ଇଲେକ୍‌ଟ୍ରୋନିକ ପାର୍କିଙ୍ଗ୍ ବ୍ରେକ୍‌, ଇଲେକ୍‌ଟ୍ରୋନିକ ଷ୍ଟାବିଲିଟି କଂଟ୍ରୋଲ, ରିୟର ଡିସ୍କ ବ୍ରେକ୍‌, ହିଲ୍‌-ହୋଲ୍ଡ କଂଟ୍ରୋଲ, ପାୱାର ଫୋଲ୍ଡେବୁଲ ଓଆର୍‌ଭିଏମ୍‌, ଟର୍ଣ୍ଣ ଇଣ୍ଡିକେଟର ଇଂଟିଗ୍ରେଟେଡ ଡିଆର୍‌ଏଲ୍‌, କ୍ରିପ୍ ମୋଡ୍ ଓ ଏସି ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପଗୁଡିକ ସହିତ ବଡି-କଲର୍‌ଡ ଓଆର୍‌ଭିଏମ୍ ଆଦି ସହିତ ଆସୁଛି ।

ଏମ୍‌ଜି ଜେଡ୍‌ଏସ୍ ଇଭି ଏକ ଉତମ ଅନ୍‌-ରୋଡ୍ ଉପସ୍ଥିତି, ଚାଳନା ସୁବିଧା, ପ୍ରଶସ୍ଥ ଓ ବିଳାସପୂର୍ଣ୍ଣ ଇଂଟେରିୟର ପ୍ରଦାନ କରୁଛି । ଏହା ଏକ୍‌ଜିକ୍ୟୁଟିଭ, ଏକ୍ସାଇଟ ପ୍ରୋ, ଏକ୍ସକ୍ଲୁସିଭ ପ୍ଲସ୍ ଓ ଏସେନ୍ସରେ ଉପଲବ୍ଧ ହେଉଛି । ଭାରତର ପ୍ରଥମ ଇଲେକ୍‌ଟ୍ରିକ ଏସ୍‌ୟୁଭି ୭୫ରୁ ଅଧିକ କନେକ୍ଟେଡ ଫିଚର ଏବଂ ଏକ ସିଙ୍ଗଲ୍ ଚାର୍ଜରେ ୪୬୧ କିମି ସାର୍ଟିଫାଏଡ୍ ରେଞ୍ଜ୍ ସହିତ ସେଗ୍‌ମେଂଟ୍‌ର ସବୁଠାରୁ ବଡ ୫୦.୩ କେଡବ୍ଲ୍ୟୁଏଚ୍‌, ପ୍ରିସ୍‌ମାଟିକ ସେଲ୍ ଆଇପି୬୯ ରେଟେଡ୍‌, ଏଏସ୍‌ଆଇଏଲ୍‌-ଡି ଓ ୟୁଏଲ୍‌୨୫୮୦ ବ୍ୟାଟେରୀ ସହ ଏକ ପାୱାର-ପ୍ୟାକ୍‌ଡ ଇଲେକ୍‌ଟ୍ରିକ ଯାତାୟତ ଅନୁଭୂତି ଦେଉଛି, ଯାହା ଏହାକୁ ଏକ ମୁଲ୍ୟସାପେକ୍ଷ ଯାତାୟତ ସମାଧାନରେ ପରିଣତ କରୁଛି । ଜେଡ୍‌ଏସ୍ ଇଭି ସେଗ୍‌ମେଂଟ୍‌ର ପ୍ରଥମ ଡିଜିଟାଲ କୀ ଲକିଙ୍ଗ ଓ ଅନ୍‌ଲକିଂ ପ୍ରଦାନ କରୁଛି ଯାହା ଗ୍ରାହକଙ୍କୁ ବିନା କୌଣସି ଚାବିରେ କାର୍‌କୁ ଷ୍ଟାର୍ଟ କରିବା ଓ ଚଳାଇବା ପାଇଁ ଅନୁମତି ଦେଉଛି । ଏହା ଚାଳନା ଅନୁଭୂତି ଓ ଯାତ୍ରୀମାନଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏଡିଏଏସ୍ ଲେଭେଲ ୨ ସହ ଆସୁଛି ।

ଏମ୍‌ଜି କୋମେଟ ଇଭିର ଏକ୍‌ଜିକ୍ୟୁଟିଭ୍‌, ଏକ୍ସାଇଟ, ଏକ୍ସାଇଟ ଏଫ୍‌ସି, ଏକ୍ସକ୍ଲୁସିଭ୍ ଏବଂ ଏକ୍ସକ୍ଲୁସିଭ୍ ଏଫ୍‌ସି ଭାରିଆଂଟର ମୂଲ୍ୟ ଯଥାକ୍ରମେ ୬,୯୮,୮୦୦ ଟଙ୍କା, ୭,୮୮,୦୦୦ ଟଙ୍କା, ୮,୨୩,୮୦୦ ଟଙ୍କା, ୮୭୮,୦୦୦ ଟଙ୍କା ଏବଂ ୯୧୩,୮୦୦ ଟଙ୍କା ରହିଛି । ସେହିଭଳି ଏମ୍‌ଜି ଜେଡ୍‌ଏସ୍ ଇଭିର ଏକ୍‌ଜିକ୍ୟୁଟିଭ୍‌, ଏକ୍ସାଇଟ୍ ପ୍ରୋ, ଏକ୍ସକ୍ଲୁସିଭ୍ ପ୍ଲସ୍ ଏବଂ ଏସେନ୍ସ ଭାରିଆଂଟର ମୂଲ୍ୟ ଯଥାକ୍ରମେ ୧୮,୯୮,୦୦୦ ଟଙ୍କା, ୧୯,୯୮,୦୦୦ ଟଙ୍କା, ୨୩,୯୮,୦୦୦ ଟଙ୍କା ଏବଂ ୨୪,୯୮,୦୦୦ ଟଙ୍କା ରହିଛି ।

You might also like
Leave A Reply

Your email address will not be published.