Odia news portal

ଭୁବନେଶ୍ୱର ଶାନ୍ତି କମିଟି ତରଫରୁ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଅନୁଷ୍ଠିତ

ଭୁବନେଶ୍ୱର : ମଙ୍ଗଳ ବାର ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଶ୍ରୀସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହା ଆଳତି କରାଯାଇଅଛି । ପ୍ରଥମେ ଅଗ୍ର ଦେବତା ଶ୍ରୀଗଣେଶଙ୍କ ପୂଜା କରାଯାଇ, ହନୁମାନ ଚାଳିଶାରେ ହୁଳହୁଳି, ହରିବୋଲ, ଘଣ୍ଟ ଓ ନାମ ସଙ୍କୀର୍ତ୍ତନରେ ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଅଛି ।

ଉତ୍ସବରେ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ନବକିଶୋର ବେହେରା, ରାଜେନ୍ଦ୍ର ସାମର୍ଥା ଆଶାଲତା ରାଉତରାୟ, ମାୟାଧର ନନ୍ଦ ଚନ୍ଦ୍ରଶେଖର ବେହେରା ବିଜୟ ପାତ୍ର, ଦିଲ୍ଲୀପ ପଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି, ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରିଥିଲେ, ସମସ୍ତ ରାଜଧାନି ବାସି ସୁଖରେ ଅତିବାହିତ କରିବାକୁ କାମନା କରାଯାଇଥିଲା

You might also like
Leave A Reply

Your email address will not be published.