Odia news portal

୩୩ ନମ୍ବର ୱାର୍ଡରେ ବିଜେପିର ଜନସମ୍ପର୍କ ପଦଯାତ୍ରା

ଭୁଵନେଶ୍ଵର : ବିଜେପି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ସେମାନେ ପ୍ରଚାର ଜୋରଦାର କରିଛନ୍ତି। ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କେତେବେଳେ ମାଷ୍ଟରକ୍ୟାଣ୍ଟିନ୍ ଅଟୋ ଚାଳକ ସଂଘ ତ କେତେବେଳେ ସ୍ମାର୍ଟ ସିଟି ଅଟୋଚାଳକ ସଂଘ ସହ ବୈଠକ କରୁଛନ୍ତି। ଆଉ କେତେବେଳେ ‘ବୁଥ୍ ଜନସମ୍ପର୍କ ଅଭିଯାନ’ରେ ପ୍ରଚାର ଚଳାଇଥିବା ଦେଖାଯାଇଛି। ତେବେ ଟିକେଟ ଘୋଷଣା ପୂର୍ବରୁ ଓ ପରେ ଜଗନ୍ନାଥ ଏକୁଟିଆ ପ୍ରଚାର କରୁଥିବା ଦେଖାଯାଇଥିଲା।

ପୂର୍ବରୁ ତାଙ୍କର ସାଂସଦ ଅପରାଜିତାଙ୍କ ସହ ମନୋମାଳିନ୍ୟ ଥିବାରୁ ଉଭୟ ଏକାଠି ପ୍ରଚାର କରୁନଥିବା କୁହାଯାଉଥିଲା। ତେବେ ଟିକେଟ
ବଣ୍ଟା ଯିବାପରେ ସ୍ଥିତି ବଦଳି ଯାଇଛି। ପ୍ରଥମ ଥର ପାଇଁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି। ୩୩ ନମ୍ବର ୱାର୍ଡରେ ଉଭୟ ଜନସମ୍ପର୍କ ପଦଯାତ୍ରାରେ ଘର ଘର ବୁଲିଛନ୍ତି।

You might also like
Leave A Reply

Your email address will not be published.