Odia news portal

ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ ପ୍ରେସଛକ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବରି ନାଗରିକ ଜନକର ସାହୁଙ୍କ ଦ୍ୱାରା ଆୟୋଜିତ ଚତୁଦ୍ଦର୍ଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ତିନିଦିନ ଧରି ଚାଲିଥିଲା ।

ପ୍ରଥମ ଦିନ କଳସ ଯାତ୍ରା ହୋଇ ସପ୍ତମ ବାଟାଲିୟନ ପୁଷ୍କରଣୀରୁ ପାଣି ଗ୍ରହଣ ପରେ ଅଧିବାସ ଓ ଦ୍ୱିତୀୟ ଦିନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ ନଗର କୀର୍ତ୍ତନ କଇାଯାଇ ଗଜପତି ନଗର ପରିକ୍ରମା କରିଥିଲେ । ଏଥିରେ କର୍ତ୍ତା ଭାବେ ସମାଜସେବୀ ପ୍ରସନ୍ନ କୁମାର ସାହୁ ଓ ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ ନି ।ର ସହ ପୂଜାର୍ଚ୍ଚନା, ନାମଯଜ୍ଞ କରି ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ୧୨ ନମ୍ବର ଓାର୍ଡର ବହୁ ଜନସାଧାରଣ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.