Odia news portal

୨୪ରେ ୮ ତମ ବୃନ୍ଦାବନ ମହୋତ୍ସବ

ଭୁବନେଶ୍ୱର : ଆନନ୍ଦ ଓ ରଙ୍ଗର ପର୍ବ ପବିତ୍ର ହୋଲି ପୂର୍ଣ୍ଣିମା ଅବସରରେ ଭାରତୀୟ କଳା ଓ ସଂଗୀତକୁ ରଙ୍ଗ ଓ ରାସରେ ଭିଜାଇ ଏହାକୁ ଗୌରବାନ୍ବିତ କରୁଥିବା ବୃନ୍ଦାବନ ମହୋତ୍ସବ ପକ୍ଷରୁ ଏହାର ୮ ତମ ଉତ୍ସବ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପ ଠାରେ ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ। ବିଶ୍ଵ ପ୍ରସିଦ୍ଧ ବଂଶୀ ବାଦକ ପଦ୍ମ ବିଭୂଷଣ ପ୍ରାପ୍ତ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ଵାରା ଉପସ୍ଥାପିତ ହୋଇଥ‌ିବା ଏହି ବର୍ଷର ଷ୍ଟାର ଲାଇନ୍ ଅପରେ ଗ୍ରାମି ପୁରସ୍କାର ପ୍ରାପ୍ତ ତଥା ପଦ୍ମଭୂଷଣ ପ୍ରାପ୍ତ ବିଶ୍ଵମୋହନ ଭଟ୍ଟ ଓ ତାଙ୍କ ପୁତ୍ର ପଣ୍ଡିତ ସଲିଲ ଭଟ୍ଟ ମଧ୍ୟ ଉପସ୍ଥିତ ରହିବେ ।

ଗ୍ବାଲିୟର, ଜୟପୁର ଓ ଆଗ୍ରା ଘରାନା ସଂଗୀତଜ୍ଞ ପଦ୍ମଶ୍ରୀ
ପୁରସ୍କାର ପ୍ରାପ୍ତ ପଣ୍ଡିତ ଉଲ୍ଲାସ କସାଲକରଙ୍କୁ ଆଲିକ୍ସ ସେନଗୁପ୍ତାଙ୍କ କଣ୍ଠ ସ୍ୱର, ସରଓ୍ବାର ହୁସେନ୍‌ଙ୍କ ସାରଙ୍ଗି
ଏବଂ ପ୍ରବୀଣ କାସଲିକରଙ୍କ ହାରମୋନିୟମ୍ ସହଯୋଗ କରିବ। ଉଭୟ କଳାକାର ତାବଲାରେ ପଣ୍ଡିତ ଯୋଗେଶ ସାମସି ଓ ତାବଲା ମାଷ୍ଟ୍ରୋ ଉସ୍ତାଦ ଆଲ୍ଲାରଖାଙ୍କ ଶିଷ୍ୟ ଅଟନ୍ତି । ଅନିକେତ ମହାରଣା (ଓଡିଶା), ମଧୁ ଚପାଇ (ଆସାମ), ନିବିର ଦେବ ଶର୍ମା (ଆସାମ), ଅଂଶୁଲ ଲାଗେରା (ନୂଆ ଦିଲ୍ଲୀ), ପୁଷ୍ପରାଜ ଦାଡସେନା (ଛତିଶଗଡ), ରୂପମ ଜ୍ୟୋତି (ଆସାମ), କିର୍ଥନରାଜ ସେଠୀ (କର୍ଣାଟକ) ଏବଂ ଶ୍ରବଣ କ୍ୟୁରି
(ପଶ୍ଚିମ ବଙ୍ଗ) ସମସ୍ତେ ବୃନ୍ଦାବନ ଗୁରୁକୂଳ ଭୁବନେଶ୍ଵରରେ ଗୁରୁ-ଶିଷ୍ୟ ପରମ୍ପରାର ଭାରତୀୟ ପରମ୍ପରା ଅନୁଯାୟୀ ବଂଶୀ ବାଦନ ଶିଖିଛନ୍ତି| ତବଲାରେ ବିଶ୍ଵ ରଞ୍ଜନ ଜେନା ସହଯୋଗ କରିବା ସହ ନାଜିଆ ଆଲାମ ସଂନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରିବେ। ଭାରତୀୟ କଳା ଓ ସଂଗୀତର ପରମ୍ପରାକୁ ଆଗକୁ ବଢାଇବା ପାଇଁ ଯୁବ ସଂଗୀତଜ୍ଞଙ୍କୁ ତାଲିମ ଦେଉଥ‌ିବା ସଂଗୀତ ଉତ୍କର୍ଷତାର ଅନୁଷ୍ଠାନ ବୃନ୍ଦାବନ ଗୁରୁକୂଳର ପୃଷ୍ଠପୋଷକମାନଙ୍କ ସହୃଦୟତା ଓ ସମର୍ଥନ ବିନା ଏହି କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇପାରିନଥାନ୍ତା।

You might also like
Leave A Reply

Your email address will not be published.