Odia news portal

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ଅତ୍ୟାଧୁନିକ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସ୍ପିଚ୍ କ୍ଲିନିକ୍ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଉଚ୍ଚ ପ୍ରଶିକ୍ଷିତ ପେସାଦାରଙ୍କୁ ନେଇ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଅବସ୍ଥିତ ଏହି ନୂତନ କ୍ଲିନିକ୍ ବ୍ୟାପକ ଭାବେ ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଶ୍ରବଣ ସମ୍ପର୍କିତ ସମସ୍ୟା ଦିଗରେ ଉନ୍ନତମାନର ସେବା ଯୋଗାଇ ଦେବା ଓ ସ୍ଥାନୀୟ ଅଂଚଳରେ ଶ୍ରବଣ ସମ୍ପର୍କିତ ସୁସ୍ଥତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଉପରେ କମ୍ପାନୀ ବିଶେଷ ରୂପେ ଧ୍ୟାନ ଦେଉଛି ।

କମ୍ପାନୀ ପକ୍ଷରୁ ଏହାର କ୍ଲିନିକ୍‌ରେ ବିଭିନ୍ନ ପ୍ରକାର ସେବା ଯଥା ଶ୍ରବଣ ଆକଳନ, ସ୍ପିଚ୍ ଥେରାପୀ, ଶ୍ରବଣ ଯନ୍ତ୍ର ଫିଟିଙ୍ଗସ୍ ଏବଂ ପରାମର୍ଶ ପ୍ରଦାନ ଭଳି ସେବା ଯୋଗାଇ ଦିଆଯିବ । ଅରେଞ୍ଜ ହୁଇଲ୍ସ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ସହାୟକ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିବା ସହିତ ଲୋକମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁରୂପ ବ୍ୟକ୍ତିଗତ ସେବା ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି । ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ଅରେଞ୍ଜ ହୁଇଲ୍ସ ଶ୍ରବଣ ଯନ୍ତ୍ର କ୍ଷେତ୍ରରେ ଗୁଣବତା ଓ ନୂତନତ୍ୱକୁ ବଜାୟ ରଖିବା ପାଇଁ ପ୍ରତିବଦ୍ଧ ରହିଛି । ସିଗନିଆ ଏହାର ଅତ୍ୟାଧୁନିକ ଶ୍ରବଣ ସମ୍ପର୍କିତ ସମାଧାନ ପ୍ରଦାନ ଓ ଆକର୍ଷକ ଡିଜାଇନ୍ ସହିତ ଉନ୍ନତମାନର ଜ୍ଞାନକୌଶଳ ଦ୍ୱାରା ଗ୍ରାହକଙ୍କ ଅନୁଭବକୁ ଅତ୍ୟୁତମ କରିବା ପାଇଁ ବେଶ ପରିଚିତ ।

ଏହି ଅବସରରେ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଅଭିଶେକ ଓ ସିଦ୍ଧାନ୍ତ କହିଛନ୍ତି ଯେ, “ଆମେ କମ୍ପାନୀର ସଂପ୍ରସାରଣ ସହିତ ଭୁବନେଶ୍ୱର ଭଳି ଏକ ବିକଶିତ ସହରରେ ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବାରୁ ବେଶ ଆନନ୍ଦିତ ଅନୁଭବ କରୁଛୁ । ଉଚ୍ଚମାନର ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟ ସେବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଶ୍ରବଣ ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଆମ କ୍ଲିନିକ୍‌ର ମୁଖ୍ୟ ଉଦ୍ଦେଶ୍ୟ । ଉନ୍ନତମାନର ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଶ୍ରବଣ ବାଧିତ ବ୍ୟକ୍ତିମାନଙ୍କୁ ସାମାନ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ସକ୍ଷମ କରିବା ଉପରେ ଆମେ ବିଶେଷ ରୂପେ ଗୁରୁତ୍ୱ ଦେଉଛୁ ।”

ଫେବୃଆରୀ ୪ ତାରିଖରେ ଆୟୋଜିତ କ୍ଲିନିକ୍‌ର ଉଦ୍‌୍‌ଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ସେବା ଜଗତର ଖ୍ୟାତାନାମ ବ୍ୟକ୍ତି, ସ୍ଥାନୀୟ ଜନ ପ୍ରତିନିଧି ଏବଂ ସିଗନିଆର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ କ୍ଲିନିକ୍‌ରେ ଉପଲବ୍ଧ ବିଭିନ୍ନ ସୁବିଧାଗୁଡ଼ିକ ବୁଲି ଦେଖିବା ସହିତ କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା ଏବଂ ଏଠାରେ ଉପଲବ୍ଧ ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ରଗୁଡ଼ିକ ବିଷୟରେ ଅଧିକ ଜାଣିବାର ସୁଯୋଗ ମିଳିଥିଲା ।

You might also like
Leave A Reply

Your email address will not be published.