Odia news portal

ହରିଦ୍ଵାରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶୀଘ୍ର ନିର୍ମାଣ ନିମନ୍ତେ ରୁଦ୍ରା ଭିଶେକ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ହରିଦ୍ଵାର ଠାରେ ନିର୍ମାଣ କରାଯାଉ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିମନ୍ତେ ସହିଦନଗର ପ୍ରଭୁ ହଟ୍ଟକେଶ୍ଵର ମନ୍ଦିରରେ ରୁଦ୍ରାଭିଶେକ କରାଯାଇ ଅଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ କେ ଲକ୍ଷ୍ମୀନାରାୟଣ, ଅନାମିକା ସ୍ୱାଇଁ ପଟନାୟକ ଜୁନିୟର ବକ୍ସି, ଭାରତୀ ଭୁଷଣ ପଟ୍ଟନାୟକ ପ୍ରମୁଖ ଅତି ସୁନ୍ଦର ଭାବରେ ଭଜନ ପରିବେଷଣ କରି ଥିଲେ ।

ଇଁ ରବିନାରାୟଣ ମହାପାତ୍ର, କନକ ଲତା ମହାପାତ୍ର, ସମ୍ପାଦକ ସନ୍ତୋଷ ମିଶ୍ର ଅର୍ଥ କମିଟି ମୁଖ୍ୟ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ସୁଦର୍ଶନ ପଟ୍ଟନାୟକ ଅଭିନନ୍ଦନ ଦାସ, ଯୁଗ୍ମ ସମ୍ପାଦକ ସୁବଳ ବେହେରା ଓ ସୋମନାଥ ସାହୁ କୋଷାଧକ୍ଷ ଗୌରୀ ଶଙ୍କର ପଟ୍ଟନାୟକ ସୁରେଶ ମିଶ୍ର,

ତ୍ରିଲୋଚନ ନାୟକ, ଅକ୍ଷୟ କୁମାର ସାହୁ ଚିନ୍ତାମଣି ମିଶ୍ର, ଅମିତାଭ ସାହୁ ଶ୍ରୀନିବାସ ରାଓ ମନୋରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ଦାସ ଅଜୟ ହରିଚନ୍ଦନ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ, ରୁଦ୍ରାଭିଶେକ ଓ ଯଜ୍ଞର ପୂର୍ଣ୍ଣାହୁତି ପରେ ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ଉପସ୍ଥିତ ବ୍ୟକ୍ତି ଓ ମହିଳା ମାନେ ସହଯୋଗ କରିବାକୁ ବିନମ୍ର ଅନୁରୋଧ କରା ଯାଇଥିଲା ।

ସଙ୍ଗେ ସଙ୍ଗେ କିଛି ବ୍ୟକ୍ତି ଅନୁଦାନ ପ୍ରଦାନ କରି ଥିଲେ, ଆଗାମୀ ଦିନରେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇ ଥିଲା ।

You might also like
Leave A Reply

Your email address will not be published.