Odia news portal

ଉତ୍ତର ନିର୍ବାଚନ ମଣ୍ଡଳୀ ଯୁବ ଛାତ୍ର ବନ୍ଧୁ ମିଳନରେ ଉଠିଲା ନେତୃତ୍ୱ ପରିବର୍ତ୍ତନର ସ୍ୱର

ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ସ୍ଥିତ ମା ପନିକିପଟା ମନ୍ଦିର ପ୍ରାଙ୍ଗଣରେ ବିଶାଳ ଯୁବ-ଛାତ୍ର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର ଯୁବ-ଛାତ୍ରମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଆଗାମୀ ନିର୍ବାଚନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠାଇଛନ୍ତି ।

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପୁଣି ଥରେ ବିଧାୟକ ପ୍ରାର୍ଥୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେମାନେ କହିଛନ୍ତି ପ୍ରିୟ ଭାଇ ସମସ୍ତଙ୍କର ପ୍ରିୟ ଅଟନ୍ତି । ବିଧାୟକ ଥିବା ସମୟରେ ଯେମିତି ଲୋକମାନଙ୍କ ସୁଖରେ ଦୁଃଖରେ ଭଗୀଦାର ହୋଇ ସମସ୍ତଙ୍କ କଥା ବୁଝୁଥିଲେ । ବିଧାୟକ ନଥାଇ ମଧ୍ୟ ସେ ସମସ୍ତଙ୍କ ପାଖରେ ସୁବିଧା ଅସୁବିଧାରେ ଠିଆ ହୋଇ ଆସୁଛନ୍ତି । ବାସ୍ତବରେ ସେ ଜଣେ ଦରଦୀ ନେତା ଓ ଲୋକସେବକ । ତାଙ୍କ ସମୟରେ ଉତ୍ତର ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନ ଦୃଢିଭୂତ ହୋଇଛି ।

ଗଣେଶ ପୂଜା, ସରସ୍ୱତୀ ପୂଜା ଠାରୁ ଆରମ୍ଭ କରି ଖେଳ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୁବ-ଛାତ୍ର ମାନଙ୍କୁ ଉତ୍ସାହିତ କରିଥାନ୍ତି । ଯୁବକ ଓ ଛାତ୍ର ମାନଙ୍କର ବିଭିନ୍ନ ସମସ୍ୟା ବୁଝିବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାନ୍ତି । ପ୍ରଭୂ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ ସେ ପୁଣିଥରେ ଉତ୍ତର ବିଧାୟକ ହୁଅନ୍ତୁ । ଦରକାର ପଡିଲେ ଆମ୍ଭେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ନିବେଦନ କରିବୁ ବୋଲି ଯୁବ-ଛାତ୍ରମାନେ ଏକ ସ୍ୱରରେ କହିଥିଲେ । ପଟିଆ ବିଗ ବଜାର ଛକରୁ ବିରାଟ ବାଇକ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଯୁବକ ଛାତ୍ର ପ୍ରିୟଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ ।

ସେଠାରେ ଯୁବନେତା ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ କହିଥିଲେ ଯୁବକ ଛାତ୍ର ହେଉଛନ୍ତି ସମାଜର ମେରୁଦଣ୍ଡ । ସେମାନଙ୍କର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଶିକ୍ଷା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛନ୍ତି । ସ୍କୁଲ କଲେଜ ଗୁଡିକାର ରୂପାନ୍ତକରଣ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀମାନେ ରାଜନୀତିରେ ସାମିଲ ହୋଇ ନେତୃତ୍ୱ ନିଅନ୍ତୁ ଓ ଉପଯୁକ୍ତ ନେତୃତ୍ୱ ଚୟନ କରନ୍ତୁ ।

ମୁଁ ବିଧାୟକ ଥାଏ ବା ନଥାଏ ସବୁବେଳେ ସେମାନଙ୍କ ସହିତ ରହିଥିଲି, ରହିଛି ଆଗକୁ ମଧ୍ୟ ରହିବି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଅଭିନେତା ବିଜୁ ବଡଜେନା, କର୍ମଚାରୀ ନେତା ସରୋଜକାନ୍ତ ମଲ୍ଲିକ, ବରିମୁଣ୍ଡ ଗ୍ରାମ ସଭାପତି ପବିତ୍ର ସ୍ୱାଇଁ, ଯୁବନେତା ଆଲୋକ ପାଣିଗ୍ରାହୀ, ଛାତ୍ରନେତା ଆଦର୍ଶ ସେନ୍‌, ନାରୀନେତ୍ରୀ ଦୀପା ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାଳିଚରଣ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.