Odia news portal

ଭକ୍ତିମୟ ପରିବେଶରେ ଶେଷ ହେଲା ପଟିଆଗଡ ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର, (ଚକ୍ରଧର ମାଝି) : ପଟିଆଗଡ ଶିରିଡି ସାଇ ମନ୍ଦିରର ୧୨ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ସୋମବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ ମଙ୍ଗଳବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା ଦେବତା ଆବାହନ ଓ ଅଗ୍ନି ସ୍ଥାପନ କରାଯାଇଥିଲା ।

ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲା ପୂଜା ସାଇନାଥଙ୍କ ପଞ୍ଚାମୃତ ମହାସ୍ନାନ ଓ ସହସ୍ରାର୍ଚ୍ଚନ, ଘୃତାହୁତୀ ଗୁରୁବାର ଦିନ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସାଇନାଥଙ୍କ ୧୦୦୮ ନାମ ମୂଳମନ୍ତ୍ରରେ ଘୃତାହୁତୀ, ପୂର୍ଣ୍ଣାହୂତି, ଆଳତୀ, ପୁଷ୍ପାଞ୍ଜଳି ଏବଂ ଶାନ୍ତି ପାଠ ହେବା ସହିତ ସାଇ ପାଲିଙ୍କି ମେଲଣ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ୧୧ଟି ପାଲିଙ୍କି ପଟିଆ ଜଗନ୍ନାଥ ମନ୍ଦିରରୁ ଶାଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଞ୍ଚି ଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ସାଇନାଥଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

ଶିରିଡି ସାଇ ଟ୍ରଷ୍ଟର ଟ୍ରଷ୍ଟି ତରଫରୁ ଦିବା ୮ ଘଟିକା ସମୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ୧୦ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ପଟିଆ ଗ୍ରାମଵୃନ୍ଦଙ୍କ ସହିତ ଆଖପାଖ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

You might also like
Leave A Reply

Your email address will not be published.