Odia news portal

ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ତରଫରୁ ମହାପାତ୍ରଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ” ଉପାଧିରେ ସମ୍ମାନୀତ

ଭୁବନେଶ୍ୱର : ନାଗପୁର ଅନୁଷ୍ଠାନ ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ ଉପାଧି ” ରେ ସମ୍ଵର୍ଦ୍ଧିତ କରିଛନ୍ତି ।

ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଜନ୍ମ ଦିନ, ବିଭାହ ବାର୍ଷିକ ଉତ୍ସବ ପାଳନ କରୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି ।

ଏହାର ଉଦ୍ଦେଶ୍ୟ ଯେ ପ୍ରଭୁଙ୍କ କୃପାରୁ ସେମାନେ ଭଲ ରୁହନ୍ତୁ ଓ କିଛି ସମୟ ଆମେ ସମସ୍ତେ ମିଶି ଖୁସୀ ହେଉ, ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ । ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି ।

ଏହା ଆମର ସେବା କାର୍ଯ୍ୟକୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି

You might also like
Leave A Reply

Your email address will not be published.