Odia news portal

TBCFI ର ଉପସଭାପତି ହେଲେ ସିଥିଲ କୁମାର ପଣ୍ଡା

ଭୁବନେଶ୍ବର : ଉତ୍ତରପ୍ରଦେଶର ଗୋରଖପୁରରେ ରବିବାର ଭାରତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ମହାସଂଘ (TBCFI)ର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତାମାନେ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ପଦପଦବିରେ ରହିବେ। ‘ଟିବିସିଏଫ୍‌ଆଇ’ର ରିଟର୍ଣ୍ଣିଂ ଅଫିସର ଆଲୋକ ଦ୍ବିବେଦୀ କହିଛନ୍ତି, ଡ. ଅଭିନବ ନାଥ ତିୱାରୀ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଓଡ଼ିଆ ପୁଅ ତଥା ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ଦଳର ମହାସଚିବ ସିଥିଲ କୁମାର ପଣ୍ଡାଙ୍କ ସମେତ ଡ. ମହମ୍ମଦ ବାବର, ଦେଶରାଜ କର୍ନୱାଲ, ଡ. ଗଙ୍ଗାଧରିଆ ଓ ଆର.ଡି ପ୍ରସାଦ ଉପସଭାପତି ହୋଇଛନ୍ତି। ସେହିପରି ଇମ୍ରାନ୍‌ ଅହମଦ୍‌ ଲାରି ସାଧାରଣ ସଂପାଦକ ହୋଇଥିବା ବେଳେ ଚନ୍ଦ୍ରକାନ୍ତ ଝା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ମହାସଂଘରେ ୫ ଜଣ ଯୁଗ୍ମ ସଚିବ ଅଛନ୍ତି। ସେମାନେ ହେଲେ ପି ଗନଭେଲ, ଲୋକେଶ ଶର୍ମା, ସନ୍ଧ୍ୟା ପାଲିକର, କମଳେଶ୍ବର କଲିତା ଓ ଏନ୍‌.ରତିନା ପଧାନ। ସଫିକ୍‌ ପି, ଲାଲସିନସାଙ୍ଗା ରଲ୍‌ତେ, ଅମିତା ଜି ଥାପା, ଆର୍‌.ମୁନିରତ୍ନମ୍‌ ଓ ସୋଏବ୍‌ ଖାନ୍‌ ସଦସ୍ୟ ଅଛନ୍ତି।

ୟଶବୀର ସିଂ ଓ ଜେ ଅଖତାରଙ୍କର ଅଧ୍ୟକ୍ଷତା ଅନୁଷ୍ଠିତ ନିର୍ବାଚନରେ ସମସ୍ତ ରାଜ୍ୟ ଓ ଅଂଶଗ୍ରହଣ କରୁଥିବା ସଂଘମାନଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଥିଲା। ଟିବିସିଏଫ୍‌ଆଇ’ର ଉପସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଓଡିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ସଙ୍ଘର କର୍ମକର୍ତା ଓ ଓଡିଶାର ବହୁ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି।

You might also like
Leave A Reply

Your email address will not be published.