Odia news portal

ବିଏମଡବ୍ଲୁ ପକ୍ଷରୁ ମୁମ୍ବାଇରେ ଜଏଟାଉନର ୨ୟ ସଂସ୍କରଣର ଉନ୍ମୋଚନ

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଏହାର ସଙ୍ଗୀତ ଓ ଡ୍ରାଇଭିଂ ଫେଷ୍ଟିଭାଲ, ଜଏଟାଉନର ୨ୟ ସଂସ୍କରଣ ଶୁଭାରମ୍ଭ କରିଛି । ଏହି ଦୁଇ ଦିନିଆ ନିମଜ୍ଜିତ ବ୍ରାଣ୍ଡ ଅନୁଭୂତି ମହୋତ୍ସବ ମୁମ୍ବାଇରେ ମହାଲକ୍ଷ୍ମୀ ରେସ୍‌କୋର୍ସଠାରେ ଆସନ୍ତା ଏପ୍ରିଲ ୧୨-୧୩ ତାରିଖ ୨୦୨୪ରେ ବ୍ରାଣ୍ଡର ପ୍ରଶଂସକ ଓ ଉତ୍ସାହୀମାନଙ୍କୁ ରୋମାଂଚିତ କରିବ ।

ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ଅଧ୍ୟକ୍ଷ ଶ୍ରୀ ବିକ୍ରମ ପୱା କହିଛନ୍ତିଯେ, “ମୁମ୍ବାଇରେ ଜଏଟାଉନର ୨ୟ ସଂସ୍କରଣର ଉପସ୍ଥାପନ କରିବା ଆମ ପାଇଁ ଖୁବ୍ ଉତ୍ସାହଜନକ ଅଟେ, ଏହା ହେଉଛି ଏକ ଅଭିନବ ମହୋତ୍ସବ ଯେଉଁଠାରେ ଡ୍ରାଇଭିଂ ବା ଚାଳନାର ରୋମାଂଚ, ସଙ୍ଗୀତର ଜୀବନ୍ତ ଦୁନିଆ ସହ ମିଶ୍ରଣ ହୋଇଥାଏ । ଏହି ଉତ୍ସବ ବିଏମଡବ୍ଲୁ, ମିନି ଓ ବିଏମଡବ୍ଲୁ ମୋଟୋରାଡ୍‌ର ମୂଲ୍ୟବୋଧକୁ ପ୍ରତିଫଳନ କରିଥାଏ, ଯେଉଁଠାରେ ଆମର ଅଗ୍ରଣୀ ଅଟୋମୋଟିଭ୍ ଉନ୍ନତି ସହିତ ଲୋକପ୍ରିୟ ଗାୟକମାନଙ୍କ ଚମତ୍କାର ସଙ୍ଗୀତ ସାମିଲ ରହିଛି ।” ଜଏଟାଉନର ଏକ ପ୍ରଥମ ଧରଣର ଅନୁଭୂତି ପ୍ରଦାନ କରିବା ପାଇଁ ବିଏମଡବ୍ଲୁ, ମିନି ଓ ବିଏମଡବ୍ଲୁ ମୋଟୋରାଡ୍‌କୁ ଏକତ୍ରିତ କରିଛି ଯାହାକି ହେଉଛି କାର୍‌, ବାଇକ୍‌, ମ୍ୟୁଜିକ୍ ଓ ମନୋରଞ୍ଜନର ଏକ ଉପଯୁକ୍ତ ସମ୍ମିଶ୍ରଣ । ଏକ୍ସପର୍ଟଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଟ୍ରାକ୍ ଉପରେ ବିଶେଷଜ୍ଞମାନେ ବିଏମଡବ୍ଲୁ ଏକ୍ସଡ୍ରାଇଭ୍‌ର ଶକ୍ତି, ଦୃଢତା ଓ ପ୍ରବୃତିଗୁଡିକୁ ପ୍ରଦର୍ଶିତ କରୁଛନ୍ତି ।

ଏକ ଅବିସ୍ମରଣୀୟ ସନ୍ଧ୍ୟା ପାଇଁ ଏକ ବିଶାଳ, ଲାଇଭ୍ ପ୍ରଦର୍ଶନ ଷ୍ଟେଜ୍ ପ୍ରସ୍ତୁତ ରହିଛି । ଦ ଚେନ୍ ସ୍ମୋକର୍‌ଙ୍କ ଭଳି ଗ୍ଲୋବାଲ ସେନ୍‌ସେଶନଙ୍କ ସମେତ ଦିଲ୍‌ଜିତ ଦୋସାଞ୍ଜଙ୍କ ଭଳି ପାୱାରହାଉସ୍ ପର୍‌ଫର୍ମରଙ୍କ ଏକ ଗ୍ରୁପ୍ ଆକର୍ଷଣୀୟ ଓ ବିବିଧ ସଙ୍ଗୀତ ଯାତ୍ରା ନିଶ୍ଚିତ କରିବ । ଇଣ୍ଡି, ପପ୍ ଓ ଇଲେକ୍‌ଟ୍ରୋନିକ୍ ମ୍ୟୁଜିକ୍ ଭଳି ମ୍ୟୁଜିକ୍ ଜେନର୍‌ଗୁଡିକର ଏକ ସମୃଦ୍ଧ ଉପସ୍ଥାପନା ପ୍ରଦାନ କରୁଥିବା ପ୍ରଖ୍ୟାତ କଳାକାର ଓ ବ୍ୟାଣ୍ଡଗୁଡିକର ଏକ ଶୃଙ୍ଖଳା ଦର୍ଶକ ଓ ସଙ୍ଗୀତପ୍ରେମୀଙ୍କୁ ଆକର୍ଷିତ କରିବ । ବୁକମାଇଁସୋ ଲାଇଭ ଦ୍ୱାରା କଳାକାରମାନଙ୍କର ଚମତ୍କାର ଶୃଙ୍ଖଳ ପ୍ରସ୍ତୁତ କରାଯାଇଛି । ଜଏଟାଉନର ଏଂଟ୍ରି ଟିକେଟଗୁଡିକ ସ୍ୱତନ୍ତ୍ର ଭାବେ ୩୯୯୯ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ବୁକ୍‌ମାଇଁଶୋ’ରେ ଉପଲବ୍ଧ ହେଉଛି । ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ମାଗଣା ପ୍ରବେଶ ଲାଗି ଅନୁମତି ଦିଆଯାଇଛି । ଏଥିରେ ବିଏମଡବ୍ଲୁ, ମିନି ଓ ବିଏମଡବ୍ଲୁ ମୋଟୋରାଡ୍ ପ୍ରଡକ୍ଟ ଏକ୍ସପେରିଏନ୍ସକୁ ଭିନ୍ନ ଭିନ୍ନ ଜୋନ୍‌ରେ ପ୍ରଦର୍ଶନ କରାଯିବ । ବିଏମଡବ୍ଲୁ ଜୋନ୍‌ରେ ସିଟି ସର୍‌କିଟ୍‌, ଆଡ୍‌ଭେଂଚର ଟ୍ରେଲ, ଆଡ୍ରେନାଲାଇନ୍ ଆଲି ଓ ବିଏମଡବ୍ଲୁ ଇଲେକ୍‌ଟ୍ରିକ୍ ଜୋନ ଭଳି ଉତ୍ସର୍ଗୀକୃତ ଡିସ୍‌ପ୍ଲେ ଏରିଆ ସମେତ ସମଗ୍ର ବିଏମଡବ୍ଲୁ ପ୍ରଡକ୍ଟ ରେଞ୍ଜ ରହିବ ।

ମିନି ବିଗ ଲଭରେ ପରିଦର୍ଶକଙ୍କ ନିକଟରେ ମିନି ଫାର୍ଷ୍ଟହ୍ୟାଣ୍ଡର ସ୍ୱତନ୍ତ୍ର ଓ ଅଭିନବ ଡିଜାଇନର ଅନୁଭୂତି ପାଇବା ପାଇଁ ଅନନ୍ୟ ସୁଯୋଗ ରହିବ । ଏଠାରେ ମିନିରର ଦୁଇଟି ସବୁଠାରୁ ଆଇକୋନିକ୍ ମଡେଲ: ମିନି କଂଟ୍ରିମ୍ୟାନ୍ ଏବଂ ମିନି ୩-ଡୋର୍ ହ୍ୟାଚ୍‌କୁ ପ୍ରଦର୍ଶିତ କରାଯିବ । ବିଏମଡବ୍ଲୁ ମୋଟୋରାଡ ଜୋନ୍ ହେଉଛି ଏକ ବିସ୍ତୃତ ପ୍ରଦର୍ଶନୀ ଯେଉଁଥିରେ ମୋଟୋରାଡ ଗ୍ୟାରେଜ ରହିଛି ଯେଉଁଠାରେ ଦର୍ଶକମାନେ ପ୍ରତିଷ୍ଠିତ ଭିନ୍‌ଟେଜ ମଡେଲ୍‌ଗୁଡିକ ସାମିଲ ଥିବା ବିଏମଡବ୍ଲୁ ମେଟୋରାଡ ବାଇକ୍‌ଗୁଡିକର ସମ୍ପୂର୍ଣ୍ଣ ରେଞ୍ଜ୍‌କୁ ଉପଭୋଗ କରିପାରିବେ । ନୂଆ ବିଏମଡବ୍ଲୁ ମୋଟୋରାଡ ଆକ୍‌ସେସରିଜ୍ ଓ ବିଏମଡବ୍ଲୁ ମୋଟୋରାଡ୍ ଷ୍ଟାଇଲ କଲେକ୍ସନ ଚାଳକମାନଙ୍କ ପାଇଁ ଉଚ୍ଚ ଗୁଣବତାଯୁକ୍ତ ଗିୟର ଓ ଫ୍ୟାଶନେବୁଲ ପୋଷାକଗୁଡିକର ଏକ ଶୃଙ୍ଖଳା ଉପସ୍ଥାପନ କରୁଛି । ଏହି ଅନୁଭୂତିକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଜୋନ୍ ଏକ ବାର୍‌ବେକ୍ୟୁ ଓ ଏକ ବିୟର ଗାର୍ଡେନର ଆୟୋଜନ କରିଛି । ଜଏଟାଉନର ଏଂଟ୍ରି ଟିକେଟ କ୍ରୟ କରିବା ପରେ ଦର୍ଶକମାନେ ବିଶେଷଜ୍ଞମାନଙ୍କ ସହିତ ଦ ଏକ୍ସଡ୍ରାଇଭ୍ ଅଫ୍‌ରୋଡ୍ ଆଡ୍‌ଭେଂଚର୍‌ର ଅନୁଭୂତି ପାଇବା ପାଇଁ ଚୟନ କରିପାରିବେ ।

You might also like
Leave A Reply

Your email address will not be published.