Odia news portal

ରାଜ୍ୟ କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଖୁବଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୀରେ ନବନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଖୁବ୍ ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ଜିଲ୍ଲାର କ୍ରିକେଟରମାନ ପାଇଁ ଆଶୀର୍ବାଦ ପାଲଟିଛି । କେବଳ ସେତିକି ନୁହେଁ, ଷ୍ଟାଡିୟମ ପରିସରରେ ରହିଛି ଅତ୍ୟାଧୁନିକ କ୍ରୀଡ଼ା ଛାତ୍ରାବାସ, ସନ୍ତରଣ ଏବଂ ଜିମ୍ନାଷ୍ଟିକ୍ କେନ୍ଦ୍ର । ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ରାଜ୍ୟ କ୍ରୀଡ଼ାରେ ଏକ ନୂଆ ଫର୍ଦ୍ଦ ବୋଲି କହିଛନ୍ତି ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ।

ରାଜ୍ୟ ସରକାର ପୁରୀରେ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଏବଂ ଜିଲ୍ଲାରେ କ୍ରୀଡ଼ାର ବିକାଶ ନେଇ ବିଶେଷ ଧ୍ୟାନ ଦେଇଛନ୍ତି । ଏ ପର୍ଯ୍ୟନ୍ତ ୧୦୦ କୋଟିରୁ ଊଦ୍ଧର୍ ଟଙ୍କାରେ ଜିଲ୍ଲାରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି । ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣରେ ୫୫ରୁ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେମିତି ଜିଲ୍ଲାରେ ଶହେରୁ ଊଦ୍ଧାର୍ କୋଟି ଟଙ୍କାରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଇଛି ।

କ୍ରିକେଟ୍ ସମେତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସରଣ ଓ ଜିମ୍ନାଷ୍ଟିକ୍‌ର ସୁବିଧା ରହିଛି । ଜିମ୍ନାଷ୍ଟିକ୍ କେନ୍ଦ୍ରରେ ୧୫୦ ଜଣ ଏବଂ ସରଣ କେନ୍ଦ୍ରରେ ୪୦୦ ଜଣ ପିଲା ଅଭ୍ୟାସ କରୁଛନ୍ତି । ଷ୍ଟାଡିୟମ ପରିସରରେ ଯେଉଁ ଛାତ୍ରାବାସ ରହିଛି, ସେଠାରେ ପିଲାମାନଙ୍କୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଆଗକୁ ପୁରୀରେ ଏକ ଆଥଲେଟିକ୍ସ ଷ୍ଟାଡିୟମ ନିର୍ମାଣର ଯୋଜନା ରହିଛି ।’

କ୍ରିକେଟ୍ ଷ୍ଟାଡିୟମକୁ ଭବିଷ୍ୟତରେ ବିସ୍ତାର କରାଯିବାର ଯୋଜନା ରହିଛି । ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ସହ ଗ୍ୟାଲେରୀ ନିର୍ମାଣ କରାଯିବ । ବର୍ତ୍ତମାନ ଷ୍ଟାଡିୟମରେ ୮ଟି କଳାମାଟିରେ ନିର୍ମିତ ପିଚ୍ ରହିଛି ।ଏବେ ‘ନୂଆ-ଓ’ କ୍ରୀଡ଼ା ପ୍ରତିଯୋଗିତାରେ ପୁରୀରେ କ୍ରିକେଟ୍ ଓ ଖୋ ଖୋରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଚାଲିଛି । ଜିଲ୍ଲା ସ୍କୁଲରେ ଖୋ ଖୋ ଓ ମହିଳା କ୍ରିକେଟ୍ ଏବଂ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ପୁରୁଷ କ୍ରିକେଟ୍ ଖେଳୁଥିଲେ

You might also like
Leave A Reply

Your email address will not be published.