Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ୫ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ବର : ମା ଦୂର୍ଗା ମନ୍ଦିର ବାପୁଜୀ ନଗର ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତିର ୫ ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରାଧନା କରି ସଭା ଆରମ୍ଭ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ରାମକୃଷ୍ଣ ମହାରାଜ ରାଧାବଲ୍ଲଭ ମଠ କର୍ଯ୍ୟକାରୀ ସଭାପତି ସ୍ଵାମୀ ସତ୍ୟାନନ୍ଦ ଦାସ ମହାରାଜ, ଉପ ସଭାପତି ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର, ସମ୍ପାଦକ ପ୍ରଭାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ,

ସମିତିର ବରିଷ୍ଠ ଦୁଇ ଜଣ ବ୍ଯକ୍ତି ଙ୍କ ବିୟୋଗ ଘଟି ଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ନୀରବ ପ୍ରାର୍ଥନା କରି ଥିଲେ, ସମିତି ର ଆୟ ବ୍ୟୟ ଅଟକଳ ଆସନ୍ତା ସ୍ଵତନ୍ତ୍ର ସାଧାରଣ ସଭା ବୈଠକ ରେ ପେଶ କରାଯିବ ବୋଲି ସମ୍ପାଦକ ସଭାରେ କହି ଥିଲେ, ବରିଷ୍ଠ ସଦସ୍ୟ ପ୍ରଭାତ କୁମାର ନନ୍ଦ ଓଡ଼ିଆରେ ସମସ୍ତ ନଥି ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲେ ପଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ବିପିନ ବିହାରୀ ବେହେରା ନିର୍ବାଚନ ଅଫିସର ଭାବେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ନିର୍ବାଚନ ନିୟମ ଅନୁଯାୟୀ ଯେଉଁ ପଦ ପାଇଁ ପ୍ରତିନିଧି ମାନେ ଦରଖାସ୍ତ କରିଥିଲେ ତାହା ର ପ୍ରତିଯୋଗୀ ଭାବେ କେହି ଦରଖାସ୍ତ ଦେଇ ନ ଥିଲେ, ଏଣୁ ବୈଠକ ରେ ନିର୍ବାଚନ ଅଫିସର ୨୦୨୪-୨୦୨୯ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ଉପସଭାପତି ବୈକୁଣ୍ଠନାଥ ମହାପାତ୍ର ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ ଯୁଗ୍ମସଂପାଦକ ନିରଞ୍ଜନ ଦାଶ ପରିଚାଳନା ସମ୍ପାଦକ ନାରାୟଣ ମହାପାତ୍ର କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ନାୟକ, ଉପ କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ପଟନାୟକଙ୍କ ନାମ ଘୋଷଣା କରି ଥିଲେ ।

କାର୍ଯ୍ୟକାରୀ ସଦସ୍ୟ ଭାବେ ଶ୍ରୀ ରାଧାବଲ୍ଲଭ ସିଂ, ଦୁଷ୍ମନ୍ତ କୁମାର ସ୍ଵାଇଁ ପୁଷ୍ପଲତା ପ୍ରଧାନ, ରାମ ଚନ୍ଦ୍ର ମିଶ୍ର ସୁରେଶ ଚନ୍ଦ୍ର ମିଶ୍ର, ରବି ନାରାୟଣ ମିଶ୍ର ଶୁଭେନ୍ଦୁ କୁମାର ପଣ୍ଡା ଙ୍କ ନାମ ଘୋଷଣା କରାଯାଇ ଥିଲା,ବରିଷ୍ଠ ସଦସ୍ୟ ବିପିନ ବିହାରୀ ବେହେରା ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ ବୃକ୍ଷ ରୋପଣ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ଏହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା, ଆୟ ବୃଦ୍ଧି ସମ୍ଵନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା, ହରିଦ୍ଵାର ରେ ଆଗାମୀ ଜୁନ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଞ୍ଚରାତ୍ର କାର୍ଯ୍ୟକ୍ରମର ସମସ୍ତ ସଦସ୍ଯ ଓ ସଦସ୍ୟା ମାନଙ୍କ ସହଯୋଗ କାମନା କରାଯାଇଥିଲା,

ଶେଷରେ କୋଷାଧକ୍ଷ ଗୌରାଙ୍ଗ ଚରଣ ନାୟକ ସଭାପତି ଓ କାର୍ଯ୍ୟକାରି ସଭାପତି ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନଙ୍କୁ ଆଜିର ବୈଠକରେ ଯୋଗ ଦେଇ ଥିବାରୁ ଧନ୍ଯବାଦ ଅର୍ପଣ କରିଥିଲେ,

You might also like
Leave A Reply

Your email address will not be published.