Odia news portal

ବରିଷ୍ଠ ନାଗରିକଙ୍କ ପାଇଁ ଆମେ ସୁସ୍ଥ ରହିବା ଓ ଭଲ ଦେଖିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ନବ ବର୍ଷ ଅବସରରେ ଆଜି ବରିଷ୍ଠ ଗୁରୁଜନ ଓ ସାଧାରଣ ଲୋକ ମାନଙ୍କ ପାଇଁ “ଆମେ ସୁସ୍ଥ ରହିବା ଓ ଭଲ ଦେଖିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ମାଗଣା ବ୍ଲଡସୁଗାର ପରୀକ୍ଷା ଓ ଆଖି ପରୀକ୍ଷା ଭୁବନେଶ୍ୱର ଶ୍ରିୟା ଟକିଜ ପାଖ ଖାରବେଳ ନଗରରେ ଥିବା ଏ ଏସ୍ ଜି ହସପିଟାଲଙ୍କ ସହଯୋଗରେ କରାଯାଇଥିଲା ।

ଏହି ହସ୍ପିଟାଲରେ କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ବରିଷ୍ଠ ନାଗରିକ ମାନଙ୍କ ଭଲ ଦେଖିବା ପାଇଁ ଆଖିର ସମସ୍ତ ପ୍ରକାରର ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ।

ଏହି ଶିବିର ୧୦୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନେ ଆଖିର ପରୀକ୍ଷା କରିଥିଲେ ।

You might also like
Leave A Reply

Your email address will not be published.