Odia news portal

ମହାବୀର ମନ୍ଦିରର ବିଂଶତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଦୁଇ ସ୍ଥିତ ମହାବୀର ମନ୍ଦିରର ବିଂଶତମ ପ୍ରତିଷ୍ଠା ଉତ୍ସବ ଓ ନବଗ୍ରହ ପ୍ରତିଷ୍ଠା ମୋହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ତିନି ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ଶନିବାର ଦିନ ଅଧିବାସ ଓ ଅଙ୍କୁ ରୋପଣ, ରବିବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇ ନବଗ୍ରହ ପ୍ରତି । ଓ ଯଜ୍ଞାରମ୍ଭ କରାଯାଇଥିଲା । ସୋମବାର ଦିନ ପ୍ରତି । ଉତ୍ସବ, ସୁନ୍ଦରୀକାଣ୍ଡ, ପାରାୟଣ, ହନୁମାନ ଚାଳିଶା, ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ।

ଦୀର୍ଘ ଦିନ ଧରି ସେକ୍ଟର ୨ ଠାରେ ପୂଜା ପାଉଥିବା ଶ୍ରୀ ଶ୍ରୀ ମହାବୀରଙ୍କର ଏହି ବାର୍ଷିକ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର କୁନି କୁନି କଳାକାର ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସୋମବାର ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ସମସ୍ତ କାର୍ଯ୍ୟକ୍ରମକୁ ମହାବୀର ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

You might also like
Leave A Reply

Your email address will not be published.